ଏଫଆଇଏଚ୍‌ ହକି ଅଲମ୍ପିକ୍‌ କ୍ୱାଲିଫାୟାର ମ୍ୟାଚ୍‌, ଭୁବନେଶ୍ୱରରେ ପହଞ୍ଚି ସାରିଛି ଭାରତୀୟ ପୁରୁଷ ହକି ଟିମ୍

ଭୁବନେଶ୍ୱର: ସ୍ପୋଟର୍ସ କ୍ୟାପିଟାଲକୁ ପୁଣି ଫେରିଲା ହକି ଫିଭର୍‌ । ନଭେମ୍ବର ୧ ଓ ୨ରେ ଦୁଲୁକିବ କଳିଙ୍ଗ ଷ୍ଟାଡିୟମ । ଦର୍ଶକ ଦେଖିବେ ଆନ୍ତର୍ଜାତିକ ହକି ମ୍ୟାଚ୍‌ । ଏଫଆଇଏଚ୍‌ ହକି ଅଲମ୍ପିକ୍‌ କ୍ୱାଲିଫାୟାର ମ୍ୟାଚ୍‌ ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍‌ । ଟୋକିଓ ଅଲମ୍ପିକ୍‌ ଟିକେଟ ପାଇଁ ନଭେମ୍ବର ୧ ତାରିଖରେ ଋଷିଆକୁ ଭେଟିବ ଟିମ ଇଣ୍ଡିଆ । ବିଶ୍ୱ ହକି ର‍୍ୟାକିଂରେ ଏବେ ଭାରତ ୭ନମ୍ବର ସ୍ଥାନରେ ରହିଛି । ଘରୋଇ ପରିବେଶ ଓ ଦର୍ଶକ ସମର୍ଥନ ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ ।

indiaଭାରତୀୟ ପୁରୁଷ ହକି ଟିମ୍‌ ଭୁବନେଶ୍ୱରରେ ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ । ପ୍ରତି ଟିମ୍‌କୁ ଦିଆଯାଉଛି ପାଇଲଟ୍‌ ଗାଡ଼ିି । ଖେଳ ସମୟରେ ପାର୍କିଂ ଓ ଟ୍ରାଫିକ୍‌ ନିୟନ୍ତ୍ରଣକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।ନଭେମ୍ବର ୧ତାରିଖରେ ଭାରତୀୟ ପୁରୁଷ ଟିମ୍‌କୁ ଭେଟିବ ଅପେକ୍ଷାକୃତ ଦୁର୍ବଳ ଋଷିଆ । ସେହିପରି ୨ ତାରିଖରେ ଭାରତୀୟ ମହିଳା ଟିମ୍‌କୁ ଭେଟିବ ଆମେରିକା । ଯେଉଁ ଦଳ ବିଜୟ ହେବ ସିଧା ଟୋକିଆ ଅଲମ୍ପିକ ପାଇଁ ଟିକେଟ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.