ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ବେଳେ ମଜାଦାର ଦୃଶ୍ୟ: ସୁବମାନ ଗିଲ୍‌ ବ୍ୟାଟିଂ କରୁଥିବା ବେଳେ ମାର୍ନସଙ୍କ ଥଟ୍ଟା ତାମସା

କେନ୍ଯୁଜ୍: ଖେଳ ବେଳେ ପଡ଼ିଆରେ ଥଟ୍ଟା ତାମସା । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ମଜାଦାର ଦୃଶ୍ୟ । ସୁବମାନ ଗିଲ୍‌ ବ୍ୟାଟିଂ କରୁଥିବା ବେଳେ ଥଟ୍ଟା କରିଥିଲେ ମାର୍ନସ ଲାବୁସା । କିଏ ଫେଭରାଇଟ ପ୍ଲେଆର ବୋଲି ପ୍ରଶ୍ନ କରିଥିଲେ ମାର୍ନସ । ଗିଲ୍‌ କହିଥିଲେ ମ୍ୟାଚ ପରେ କହିବି । ଏଥିରେ ସନ୍ତୁଷ୍ଟ ହୋଇନଥିଲେ ମାର୍ନସ ଲାବୁସା । ପୁଣି ପଚାରିଥିଲେ, ସଚିନ ତେନ୍ଦୁଲକର ନା ବିରାଟ କୋହଲୀ ?

ଏତିକିରେ ଅଟକି ନଥିଲେ ମାର୍ନସ ଲାବୁସା । ରୋହିତ ଶର୍ମା ବ୍ୟାଟିଂ କରିବାକୁ ଆସିବା ବେଳେ ପଚାରିଥିଲେ, କ୍ୱାରେଣ୍ଟାଇନ ପିରିୟଡରେ କ’ଣ କରୁଥିଲେ ? ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ତୃତୀୟ ଟେଷ୍ଟରେ ସ୍ଥାନ ପାଇଛନ୍ତି ରୋହିତ ଶର୍ମା । ଓପନିଂ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ରୋହିତ ଶର୍ମା ଓ ସୁବମାନ ଗିଲ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.