ଆକ୍ସନ ମୋଡରେ ବିସିସିଆଇ, ଖରାପ ବୋଲିଂ ଯୋଗୁଁ ଟିମରୁ ବିଦା ହେଲେ ହର୍ଷଲ ପଟେଲ
ଆକ୍ସନ ମୋଡରେ ବିସିସିଆଇ । ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ହର୍ଷଲ ପଟେଲଙ୍କୁ ଟିମ୍ ବିଦା କରିଛି ବିସିସିଆଇ । ଖରାପ ବୋଲିଂ ଯୋଗୁଁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଭାରତୀୟ ଟିମରୁ ଡ୍ରପ ହେବା ପରେ ଏବେ ଖେଳାଳିଙ୍କ କ୍ୟାରିଅର ସଙ୍କଟରେ । ଯଦି ଆଗକୁ ଏହି ଖେଳାଳିଙ୍କୁ ଟିମରେ ସ୍ଥାନ ନ ମିଳେ, ତେବେ ଏହି ଖେଳାଳି ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିସିସିଆଇ ହର୍ଷଲଙ୍କୁ ଟିମରୁ ବାହାର କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।
ଗତ ମାସରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପରେ ବୋଲର ହର୍ଷଲ ପଟେଲଙ୍କୁ ଟିମ୍ ଇଣ୍ଡିଆରୁ ଡ୍ରପ୍ କରିଦିଆଯାଇଛି । ଭାରତୀୟ ଚୟନକର୍ତ୍ତା କମିଟି ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜ ପାଇଁ ଟିମ୍ ଘୋଷଣା କରିଥିଲା । ଟିମରେ ହର୍ଷଲ ପଟେଲଙ୍କ ନାମ ନଥିଲେ । ଚୟନକର୍ତ୍ତା ଟିମ୍ ସେତେବେଳେ ଟି୨୦ ଟିମ୍ ପାଇଁ ସତର୍କ ସୂଚନା ଦେଇଥିଲା । ହର୍ଷଲ ପଟେଲ ଟି୨୦ରେ ଏପର୍ଯ୍ୟନ୍ତ ୨୫ଟି ମ୍ୟାଚ୍ ଖେଳିଛନ୍ତି। ଆଉ ୨୯ ଓ୍ଵିକେଟ ନେଇଛନ୍ତି ।
ଖରାପ ବୋଲିଂ ଯୋଗୁଁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଆଉ ଯଦି ହର୍ଷଲ ନିଜକୁ ସାବ୍ୟସ୍ତ କରନ୍ତି ତେବେ ଟିମ୍ ଇଣ୍ଡିଆରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ସ୍ଥାନ ମିଳିବ ନାହିଁ । ହୁଏତ ତାଙ୍କୁ ଟିମ୍ ଇଣ୍ଡିଆରୁ ସନ୍ନ୍ୟାସ ନେଇପାରନ୍ତି । ଟିମ୍ ପାଖରେ ଏବେ ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ, ଶାର୍ଦ୍ଦୁଲ ଠାକୁର, ଶିବମ ମାଭି ଭଳି ଖେଳାଳି ରହିଛନ୍ତି ।
ଯଦି ଦୁଇବର୍ଷ ମଧ୍ୟରେ ହର୍ଷଲଙ୍କୁ ସୁଯୋଗ ନ ମିଳେ, ତେବେ ବାଧ୍ୟ ହୋଇ ସନ୍ନ୍ୟାସ ନେବେ । ସେ ତାଙ୍କ ଇଣ୍ଟରନ୍ୟାସନାଲ କ୍ୟାରିଅରର ୮ଟି ଶେଷ ମ୍ୟାଚରେ ୬ଟି ଓ୍ଵିକେଟ ନେଇଛନ୍ତି । ନିଜ ବୋଲିଂ କରିବା ସମୟରେ ମଧ୍ୟ ୪୦ରୁ ଅଧିକ ରନ୍ ଦେଇଛନ୍ତି। ଆଉ ନିଜର ଦୁର୍ବଳ କାରଣ ଯୋଗୁଁ ଟିମ୍ ଇଣ୍ଡିଆରୁ ବାରମ୍ବାର ବାଦ୍ ପଡୁଛନ୍ତି ।