ଆଇପିଏଲ୍‌ ୨୦୨୪ : ପାଟ୍‌ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆ ଖେଳାଳି ମିଚେଲ ଷ୍ଟାର୍କ, ୨୪.୭୫ କୋଟି ଟଙ୍କାରେ କିଣିଲା କେକେଆର

ଚଳିତବର୍ଷ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ପାଟ୍‌ କମିନ୍ସ ରହିଥିବା ବେଳେ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ମିଚେଲ ଷ୍ଟାର୍କ । ପାଟ କମିନ୍ସଙ୍କୁ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିଥିବା ବେଳେ କୋଲକତା ନାଇଟ ରାଇଡର୍ସ ମିଚେଲ ଷ୍ଟାର୍କଙ୍କୁ ୨୪.୭୫ କୋଟିରେ କିଣିଛି ।

ଆଇପିଏଲ ଇତିହାସରେ ରେକର୍ଡ । ଚଳିତବର୍ଷ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ପାଟ୍‌ କମିନ୍ସ ରହିଥିବା ବେଳେ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ମିଚେଲ ଷ୍ଟାର୍କ । ପାଟ କମିନ୍ସଙ୍କୁ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିଥିବା ବେଳେ କୋଲକତା ନାଇଟ ରାଇଡର୍ସ ମିଚେଲ ଷ୍ଟାର୍କଙ୍କୁ ୨୪.୭୫ କୋଟିରେ କିଣିଛି । ଷ୍ଟାର୍କଙ୍କ ପାଇଁ ଗୁଜୁରାଟ ଟାଇଟନ୍ସ ଏବଂ କୋଲକତା ମଧ୍ୟରେ ନିଲାମୀ ପ୍ରକ୍ରିୟା ଲାଗିଥିଲା ।

ଦୁବାଇ କୋକାକୋଲା ଏରେନାରେ ଆଇପିଏଲ ନିଲାମୀ ଚାଲିଛି । ବିସିସିଆଇ ପକ୍ଷରୁ ସର୍ଟ ଲିଷ୍ଟେଡ୍ ହୋଇଥିବା ଖେଳାଳିଙ୍କ ନିଲାମୀ ଚାଲିଛି । ଅଷ୍ଟ୍ରେଲିଆ ମିଚେଲ ଷ୍ଟାର୍କଙ୍କୁ ୨୪.୭୫ କୋଟିରେ ସବୁଠୁ ଅଧିକ ଦରରେ ବିକ୍ରି ହୋଇଛନ୍ତି । ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ରହିଥିବା ବେଳେ କୋଲକତା ନାଇଟ ରାଇଡର୍ସ ତାଙ୍କୁ ୨୪.୭୫ କୋଟିରେ କିଣିଛି ।

ପାଟ କମିନ୍ସଙ୍କୁ ୨୦.୫୦ କୋଟି ଟଙ୍କାରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ । ବାଙ୍ଗାଲୋର ସହିତ ଟକ୍କର ହେବା ପରେ ହାଇଦ୍ରାବାଦ କିଣିଥିଲା । ଶ୍ରୀଲଙ୍କା ଲେଗ ସ୍ପିନର ହସରଙ୍ଗାଙ୍କୁ ୧.୫୦ କୋଟିରେ କିଣିଛି ହାଇଦ୍ରାବାଦ ।ନିଲାମୀ ପ୍ରକ୍ରିୟାରେ ପ୍ରଥମେ ରୋଭମାନ ପାୱେଲ ବିକ୍ରି ହୋଇଥିଲେ । ତାଙ୍କୁ ରାଜସ୍ଥାନ ରୟାଲ୍ସ ୭.୪୦ କୋଟିରେ କିଣି ନେଇଥିଲା । ସେହିପରି ଟ୍ରାଭିସ୍ ହେଡଙ୍କୁ ୬.୮୦ କୋଟି ଟଙ୍କାରେ ଏବଂ ହ୍ୟାରି ବ୍ରୁକଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି ।

ଶିବମ ମାଭିଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୬.୪୦ କୋଟିରେ କିଣିଥିବା ବେଳେ ଉମେଶ ଯାଦବଙ୍କୁ ଗୁଜୁରାଟ ୫.୮୦ କୋଟିରେ କିଣିଛି । ଅଲଜାରୀ ଜୋସେଫଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୧.୫୦ କୋଟିରେ କିଣିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.