ଆଇପିଏଲର ରୋମାଞ୍ଚକର ମ୍ୟାଚ, ହାଇଦ୍ରାବାଦକୁ ୪ ରନରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ

ଆଇପିଏଲରେ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ । ନାଟକୀୟ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୪ ରନରେ ହରାଇଛି କୋଲକାତା ନାଇଟ୍ ରାଇଡର୍ସ । ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସନ୍ ରାଇଜର୍ସ ହାଇଦ୍ରାବାଦ ଏକଦା ପରାଜୟ ଦ୍ବାର ଦେଶରେ ଥିଲା । ହେଲେ ହେନରିଜ୍ କ୍ଲାସେନ୍ ଛକା ବର୍ଷା କରି ଦଳକୁ କେକେଆର୍ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ ।

(କେନ୍ୟୁଜ): ଆଇପିଏଲରେ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ । ନାଟକୀୟ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୪ ରନରେ ହରାଇଛି କୋଲକାତା ନାଇଟ୍ ରାଇଡର୍ସ । ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସନ୍ ରାଇଜର୍ସ ହାଇଦ୍ରାବାଦ ଏକଦା ପରାଜୟ ଦ୍ବାର ଦେଶରେ ଥିଲା। ହେଲେ ହେନରିଜ୍ କ୍ଲାସେନ୍ ଛକା ବର୍ଷା କରି ଦଳକୁ କେକେଆର୍ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ । କ୍ଲାସେଁ ୨୯ ବଲ୍ ଖେଳି ୮ ଛକା ସହ ୬୩ ରନ୍ କରିଥିଲେ । ଶେଷ ଓଭରରେ୧୩ ରନର ଆବଶ୍ୟକ ଥିବା ବେଳେ ହର୍ଷିତ ରାଣାଙ୍କ ପ୍ରଥମ ବଲକୁ ପଡ଼ିଆ ବାହାରକୁ ପଠାଇ ଦେଇଥିଲେ କ୍ଲାସେଁ। ଶେଷ ୪ବଲରୁ ସନ୍ ରାଇଜର୍ସ କେବଳ ଗୋଟିଏ ରନ୍ କରିପାରିଥିଲା। ୨୦୯ ରନର ଲକ୍ଷ୍ୟକୁ ପିଛା କରି ୨୦୪ ରନରେ ଅଟକି ଯାଇଥିଲା ହାଇଦ୍ରାବାଦ।

ସେପଟେ ମୁଲ୍ଲାନପୁର ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲର ଦ୍ୱିତୀୟ ମ୍ୟାଚକୁ ଜିତି ନେଇଛି ପଞ୍ଜାବ କିଙ୍ଗସ୍ । ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା। ପଞ୍ଜାବ କିଙ୍ଗସ ୧୯.୨ ଓଭରରେ ୬ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ଜୟପୁରରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୋ ସୁପର ଜିଆଣ୍ଟସ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଥିବାବେଳେ ଦ୍ବିତୀୟ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନସ ମଧ୍ୟରେ ଟକ୍କର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.