କିଏ ଏହି ବୀର ମହାନ? ଯିଏ WWE ୟୁନିଭର୍ସକୁ ଏକଦମ୍‌ ଦୋହଲାଇ ଦେଇଛି

ଭାରତରେ wweର ବହୁତ କ୍ରେଜ୍‌ ରହିଛି। ଖାସ୍‌ କରି ଏହି କାରଣରୁ ଟିଭି ଠାରୁ ନେଇ ଡିଜିଟାଲ ପର୍ଯ୍ୟନ୍ତ ଏହାର ଭିଡିଓ ଟେଣ୍ଡରେ ରହୁଛି। ଭାରତରେ ଏହାର ପପୁଲାରିଟୀକୁ ଆହୁରି ଅଧିକ ବଢ଼ାଇବା ପାଇଁ wwe ଚେଷ୍ଟା ଜାରି ରଖିଛି, ଯେମିତି ମାର୍କେଟକୁ ଅଧିକ ବଢ଼ାଯାଇହେବ। ଏମିତି ସେତେବେଳେ ସମ୍ଭବ ହେବ ଯେତେବେଳେ କୌଣସି ଦେଶୀ ଷ୍ଟାର wweରେ ଖେଳୁଥିବେ। ତେବେ ଏହାରି ଭିତରେ ଭାରତର ନାମକୁ ଆହୁରି ଉଚ୍ଚକୁ ଟେକିବା ପାଇଁ ଜଣେ ନୂଆ ଷ୍ଟାର ପୂରା ରେଡି ହୋଇଗଲେଣି। ଯିଏ କି ଗ୍ରେଟ ଖଲି ପରେ ନିଜକୁ ଚାମ୍ପିୟାନ ରୂପେ ପ୍ରସ୍ତୁତ କରୁଛନ୍ତି।

ସେ ହେଉଛନ୍ତି ରେସଲର ବୀର ମହାନ। ଦେଶର ପୁଅ ବୀର ମହାନଙ୍କର ଶେଷରେ ନିଜର ବହୁପ୍ରତୀକ୍ଷିତ WWE RAWର ଆରମ୍ଭ କରିଛନ୍ତି। ୨୦୨୧ ଅକ୍ଟୋବରେ ହିଁ ଭାରତୀୟ ଫ୍ୟାନ୍ସଙ୍କ ମଧ୍ୟରେ ତାଙ୍କର ଡେବ୍ୟୁକୁ ନେଇ ବହୁତ ଚର୍ଚ୍ଚା ହୋଇଆସୁଛି। ଏହିଭଳି ଭାବେ ସୁପରଷ୍ଟାର ବୀରମହାନଙ୍କ ପ୍ରଥମ ଉପସ୍ଥିତିକୁ ନେଇ ପ୍ରଚାର ଚରମରେ ରହିଥିଲା। ବାପ-ପୁଅ ଯୋଡି ଅର୍ଥାତ ରେ ଏବଂ ଡୋମିନିକ ମିଷ୍ଟିରିୟୋଙ୍କ ଉପରେ ଭାରିପଡିଗଲେ ବୀର। ଯାହାପରେ ଏହା ସ୍ପଷ୍ଟ ହୋଇଗଲା ଯେ ସେ ରେସଲିଙ୍ଗ ପାଇଁ ହିଁ ହୋଇଛନ୍ତି। ତାଙ୍କର ଡେବ୍ୟୁକୁ ନେଇ ପୂର୍ବରୁ ହିଁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

veerନିଜର ରିଙ୍ଗ ନାମ ‘ବୀର’ ନାମରେ ସେ ବହୁତ ଲୋକପ୍ରିୟ, ବୀର ମହାନଙ୍କ ଅସଲ ନାମ ହେଉଛି ରିକୁ ସିଂହ। ଉତ୍ତରପ୍ରଦେଶର ଏକ ଛୋଟ ଗାଁ ଗୋପିଗଞ୍ଜର ବାସିନ୍ଦା। ମେଜର ଲିଗ୍‌ ବେସବଲ ଟୀମ, ପିଟ୍ସବର୍ଗ ପାଇରେଣ୍ଟସ ଦ୍ୱାରା ସାଇନ କରାଯିବା ପରେ ବୀର ସେତେବେଳେ ବେଶ୍‌ ପପୁଲାର ହୋଇଗଲେ,ଯେତେବେଳେ ସେ ପ୍ରୋଫେସନାଲ ବେସବଲ ଖେଳାଳୀ ଭାବେ ପ୍ରଥମ ଭାରତୀୟ ବନିଲେ। ୨୦୧୪ରେ ଆସିଥିବା ଫିଲ୍ମ ‘ମିଲିୟନ୍‌ ଡଲାର ଆର୍ମ’ରେ ଏମଏଲବି ତାଙ୍କ ଯାତ୍ରାକୁ ବହୁତ ସୁନ୍ଦର ଭାବେ କ୍ୟାପଚର କରିଥିଲା। ୬ ଫୁଟ ୪ ଇଞ୍ଚ ହାଇଟ ଏବଂ ୨୭୬ ପାଉଣ୍ଡ ଓଜନ ଥିବା ବୀର ଏକ ଛୋଟିଏ ଘରେ ନିଜର ୯ ଜଣ ଭାଇ ଭଉଣୀଙ୍କ ସହିତ ଛୋଟରୁ ବଡ ହୋଇଛନ୍ତି। ବୀର ଏବେ ପର୍ଯ୍ୟନ୍ତ ଡବ୍ଲ୍ୟୁଡବ୍ଲ୍ୟୁଇରେ ବହୁତ ଫାଇଟ ଲଢ଼ିଛନ୍ତି ଯେଉଁଥିରେ ସେ ସଫଳତା ହାସଲ କରିଛନ୍ତି। wwe ରେସଲିଙ୍ଗରେ ଯିବାକୁ ପୂର୍ବରୁ ସେ ଜଣେ ପ୍ରୋଫେସନାଲ ବେସବଲ୍‌ ପ୍ଲେୟାର ଥିଲେ।


ଭାରତର ଏକ ଛୋଟ ସହରରୁ ହୋଇଥିବା କାରଣରୁ ଗ୍ଲୋବାଲ ପ୍ଲାଟଫର୍ମରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ଏକ ସ୍ୱପ୍ନ ଭଳି ହିଁ ଥିଲା ତାଙ୍କ ପାଇଁ। ବର୍ଷ ବର୍ଷର କଠିନ ପରିଶ୍ରମ ପରେ ତାଙ୍କୁ ମିଷ୍ଟୀରିୟୋଙ୍କ ବିପକ୍ଷରେ ନିଜର ପ୍ରଥମ କମ୍ପିଟିଟିଭ୍‌ ଡେବ୍ୟୁ ଦିଆଯାଇଥିଲା। ବୀର ୨୦୧୮ ଜାନୁୟାରୀରେ ପରଫରମାନ୍ସ ସେଣ୍ଟରରେ ଏକ କଣ୍ଟ୍ରାକ୍ଟ ସାଇନ୍‌ କରି wweରେ ନିଜର ଯାତ୍ରାର ଆରମ୍ଭ କରିଥିଲେ। ନିଜର କ୍ୟାରିୟର ଆରମ୍ଭ କରିବା ପରେ, ସେ ମାତ୍ର କିଛି ଦିନରେ ବ୍ରାଣ୍ଡରେ ପାଦ ରଖିବା ପାଇଁ ଜିନ୍ଦର ମହଲ ଏବଂ ଶ୍ୟାଙ୍କିଙ୍କ ସହିତ ଯୋଡି ହୋଇଗଲେ।

ବୀର ମହାନ ପୂର୍ବରୁ ବୀର ନାମରେ ଡବ୍ଳ୍ୟୁଡବ୍ଲ୍ୟୁଇରେ ରେସଲିଙ୍ଗ ଆରମ୍ଭ କରିଥିଲେ, କିନ୍ତୁ ପରେ ସେ ନିଜ ନାମ ଆଗରେ ମହାନ ଲେଖିବା ଆରମ୍ଭ କରିଦେଲେ। ଯାହାପରେ ବୀର ମହାନ ନାମରେ ସେ ବେଶ୍‌ ପପୁଲାର ହୋଇଗଲେ। ଭାରତରେ ଡବ୍ଲ୍ୟୁଡବ୍ଲ୍ୟୁଇ ୟୁନିଭର୍ସକୁ ବୀରଙ୍କ ଠାରୁ ବହୁତ ଆଶା ରହିଛି। ସମସ୍ତେ ଚାହୁଁଛନ୍ତି ବୀର ଏତେ ସଫଳ ହୁଅନ୍ତୁ ଯେ ସେ ଗ୍ରେଟ ଖଲୀଙ୍କ ପରେ ଭାରତରେ ଜନ୍ମ ହୋଇଥିବା ଦ୍ୱିତୀୟ ଡବ୍ଲ୍ୟୁଡବ୍ଲ୍ୟୁ ଚ୍ୟାମ୍ପିୟନ ରୂପେ ସେ ପ୍ରତିନିଧିତ୍ୱ କରନ୍ତୁ। ତାଙ୍କର ଲୁକ, ଏଣ୍ଟ୍ରି ଏବଂ ଫାଇଟିଙ୍ଗ ପାଇଁ ଫ୍ୟାନ୍ସ ଏକଦମ୍‌ ଦିଓ୍ଵାନା ତାଙ୍କ ପାଇଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.