ଜସପ୍ରୀତ ବୁମରାଙ୍କୁ ଖାସ୍‌ ମନ୍ତ୍ର ଦେଲେ ନୀରଜ ଚୋପ୍ରା, କହିଲେ କେମିତି ବଢାଇବେ ବୋଲିଂ ସ୍ପିଡ

ଜସପ୍ରୀତ ବୁମରାକୁ ଖାସ୍‌ ମନ୍ତ୍ର ଦେଲେ ସୁନା ପୁଅ ନୀରଜ ଚୋପ୍ରା । ବୁମରା ପାଖାପାଖି ୧୩୫ରୁ ୧୪୫ କିମି ପ୍ରତି ଘଣ୍ଟା ସ୍ପିଡରେ ବୋଲିଂ କରନ୍ତି । ତେଣୁ କିପରି ବୁମରା ଏହାକୁ ଆହୁରି ବଢାଇ ପାରିବେ, ତାହାକୁ ନେଇ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଖାସ୍‌ ମନ୍ତ୍ର ଦେଇଛନ୍ତି ।

ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ଜସପ୍ରୀତ ବୁମରାକୁ ଖାସ୍‌ ମନ୍ତ୍ର ଦେଲେ ସୁନା ପୁଅ ନୀରଜ ଚୋପ୍ରା । ଜସପ୍ରୀତ ବୁମରା ତିନି ଫର୍ମାଟରେ ଖେଳୁଥିବା ପେସର । ବୁମରା ପାଖାପାଖି ୧୩୫ରୁ ୧୪୫ କିମି ପ୍ରତି ଘଣ୍ଟା ସ୍ପିଡରେ ବୋଲିଂ କରନ୍ତି । ତେଣୁ କିପରି ବୁମରା ଏହାକୁ ଆହୁରି ବଢାଇ ପାରିବେ, ତାହାକୁ ନେଇ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଖାସ୍‌ ମନ୍ତ୍ର ଦେଇଛନ୍ତି । ନୀରଜ ନିଜ ଜାଭେଲିନ ଖେଳିବାର ଅନୁଭବକୁ ବୁମରାଙ୍କ ପାଇଁ ଲଗାଇଛନ୍ତି ।

ନୀରଜ ଚୋପ୍ରାଙ୍କୁ ବୁମରା ନିଜର ପସନ୍ଦିତା ବୋଲର ବୋଲି କହିଛନ୍ତି । ବୁମରାଙ୍କ ବୋଲିଂ ଆକ୍ସନ ଭିନ୍ନ । ଖବର ମୁତାବକ, ଜାଭେଲିନ ଷ୍ଟାର ବୁମରାଙ୍କ ବୋଲିଂ ସ୍ପିଡ ବଢାଇବା ପାଇଁ ପରାମର୍ଶ ଦେଇ କହିଛନ୍ତି, ମୋତେ ଲାଗୁଛି, ବୁମରା ନିଜର ରନଅପ ଲମ୍ବା କରିବା ଉଚିତ, ଫଳରେ ତାଙ୍କ ବୋଲିଂ ସ୍ପିଡ ବଢିପାରିବ । ତେବେ ମୁଁ ଏକଥା ମୋ ଜାଭେଲିନ ଥ୍ରୋ ଅଭିଜ୍ଞତାରୁ କହୁଛି । ଆମେ ସବୁବେଳେ ଏହାକୁ ବୋଲର କିଭଳି ନିଜର ବୋଲିଂ ସ୍ପିଡ ବଢାଇପାରିବେ ।

ନିକଟ ବିଶ୍ୱକପରେ ବୁମରା ଭଲ ପ୍ରଦର୍ଶନ କରିଥିଲେ । ୧୧ଟି ମ୍ୟାଚରେ ବୁମରା ୧୮.୬୫ ପ୍ରତିଶତରେ ୨୦ ଓ୍ଵିକେଟ ନେଇଥିଲେ । ବିଶ୍ୱକପର ଅଧିକ ଓ୍ଵିକେଟ ନେଇଥିବା ଖେଳାଳିଙ୍କ ମଧ୍ୟରେ ୪ର୍ଥ ସ୍ଥାନରେ ରହିଛନ୍ତି ବୁମରା ।

ବୁମରା ନିଜ କ୍ୟାରିଅରରେ ୩୦ଟି ଟେଷ୍ଟ, ୮୯ ଦିନିକିଆ, ୬୨ ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୨୧.୯୯ ପ୍ରତିଶତରେ ୧୨୮ଟି, ଦିନିକିଆରେ ୧୪୯ ଏବଂ ଟି୨୦ରେ ୭୪ ଓ୍ଵିକେଟ ନେଇଛନ୍ତି । ୨୦୧୬ରେ ବୁମରା ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚରେ ଡେବ୍ୟୁ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.