କୁସ୍ତି ସଂଘ ସଭାପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ପ୍ରତିବାଦ କଲେ ମହିଳା ଖେଳାଳି

ନୂଆଦିଲ୍ଲୀ : ଭାରତୀୟ ରେସଲିଂ ଫେଡେରେସନ୍‌ ସଭାପତିଙ୍କ ନାଁରେ ବଡ଼ ଅଭିଯୋଗ । ଯୌନ ନିର୍ଯାତନାର ଅଭିଯୋଗ ଆଣିଲେ ବରିଷ୍ଠ ଖେଳାଳି । ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଏବଂ ବିନେଶ ଫୋଗଟଙ୍କ ଭଳି ଖେଳାଳି ଏହି ଅଭିଯୋଗ ଆଣିଛନ୍ତି । ସମସ୍ତେ ମିଶି ଆଜି ଦିଲ୍ଲର ଯନ୍ତର ମନ୍ତର ଠାରେ ଧାରଣା ମଧ୍ୟ ଦେଇଥିଲେ ।

ଭାରତୀୟ କୁସ୍ତି ସଂଘର ସଭାପତି ବ୍ରିଜ ଭୂଷଣ ଶର୍ମାଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ହୋଇଛି । ବ୍ରିଜ ଭୂଷଣ ସଂଘ ଭିତରେ ଏକଛତ୍ରବାଦ ଚଳାଇଛନ୍ତି ଏବଂ ଏହା ଦ୍ୱାରା ଭାରତୀୟ କୁସ୍ତି କ୍ରୀଡ଼ାର ଅବନତି ଘଟୁଛି ବୋଲି ସେମାନେ ଖୋଲାଖୋଲି ଅଭିଯୋଗ କରିଛନ୍ତି । ବେଶ୍‌ କିଛି ବର୍ଷ ହେଲା ଜାତୀୟ କ୍ୟାମ୍ପରେ ମହିଳା ରେସଲରମାନେ କୋଚ୍‌ମାନଙ୍କ ଦ୍ୱାରା ଏବଂ ସଂଘ ସଭାପତିଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହେଉଛନ୍ତି । ଅତି କମ୍‌ରେ ୨୦ ଜଣ ମହିଳା ଖେଳାଳି ଏଭଳି ଅଭିଯୋଗ ଆଣିଛନ୍ତି । ହେଲେ ଏ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । କୁସ୍ତି ସଂଘରେ ଥିବା ପଦାଧିକାରୀମାନେ ଏତେ କ୍ଷମତାଶାଳୀ ଯେ କାଲିକୁ ଆମେ ବଞ୍ଚିଥିବୁ କି ନାହିଁ କହିବା ମୁସ୍କିଲ ବୋଲି ବିନେଶ କହିଛନ୍ତି ।

ଖେଳାଳିମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଥିବା ସଂଘର ଏଭଳି ଅଧିକାରୀଙ୍କ ବିରୋଧରେ ଆମେ ଠିଆ ହୋଇଛୁ, ପ୍ରତିବାଦ କରୁଛୁ ବୋଲି ବିନେଶ କହିଛନ୍ତି । ତେବେ ସେମାନଙ୍କର ଏହି ଧାରଣା ଓ ପ୍ରତିବାଦରେ କୌଣସି ରାଜନୈତିକ ନେତା ନଥିଲେ । ଆମେ କେବଳ ରେସଲରମାନେ ପ୍ରତିବାଦ କରିଛୁ ବୋଲି ସେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.