ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟ୍‌କା, ଆଗାମୀ ମ୍ୟାଚରୁ ବାଦ୍‌ ପଡିଲେ ଋଷଭ ପନ୍ତ

ଚଳିତ ଆଇପିଏଲ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ଭଲ ରହିଛି। କିନ୍ତୁ ଠିକ୍‌ ସମୟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଶକ୍ତ ଝଟ୍‌କା ଲାଗିଛି। ଦିଲ୍ଲୀର ଓ୍ଵିକେଟକିପର ତଥା ବ୍ୟାଟସମ୍ୟାନ ଋଷଭ ପନ୍ତ ଆହତ ହେବା କାରଣରୁ କିଛି ଦିନ ପାଇଁ ଦଳରୁ ବାଦ୍‌ ପଡିଛନ୍ତି। ଏବେ ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହାସହ ସେମିଫାଇନାଲରେ ଖେଳିବାର ସମ୍ଭାବନା ମଧ୍ୟ ଅଧିକ ରହିଛି।

ଦିଲ୍ଲୀ କ୍ୟାପିଟାଲ୍ସର ଓ୍ୱିକେଟ୍ କିପର୍ ବ୍ୟାଟସମ୍ୟାନ୍ ଋଷଭ ପନ୍ତ ମାଂସପେଶୀରେ ଆଘାତଜନିତ କାରଣରୁ ଅତି କମରେ ଏକ ସପ୍ତାହ ବିଶ୍ରାମ ନେବେ। ତେଣୁ ସେ କିଛି ମ୍ୟାଚରୁ ବାଦ୍ ପଡିବା ସୁନିଶ୍ଚିତ ହୋଇଛି । ଦଳର ଅଧିନାୟକ ଶ୍ରେୟସ ଆୟାର ଏନେଇ ସୂଚନା ଦେଇଛନ୍ତି। ପନ୍ତ ଶୁକ୍ରବାର ମ୍ୟାଚ୍ ବେଳେ ଆହତ ହୋଇଥିଲେ। ସେ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ମଧ୍ୟ ରବିବାର ଖେଳିପାରି ନଥିଲେ। ଏହି ମ୍ୟାଚ୍ ଦିଲ୍ଲୀ ୫ ଓ୍ୱିକେଟରେ ହାରିଲଥିଲା ।

ସୂଚନାଯୋଗ୍ୟ, ଚଳିତ ସପ୍ତାହର ବୁଧବାର ଦିଲ୍ଲୀ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ। ତେବେ ମୁମ୍ବାଇ ବିପକ୍ଷ ମୁକାବିଲାରେ ପନ୍ତଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ଆଲେକ୍ସ କେରୀଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.