ରୋହିତ ଶର୍ମା ପାକିସ୍ତାନୀ ସାମ୍ବାଦିକଙ୍କୁ ଦେଲେ କଡ଼ା ଜବାବ, ଉତ୍ତର ଶୁଣି ମୁହଁ ହୋଇଗଲା ବନ୍ଦ

ଆଜିଠାରୁ ଟି-୨୦ ବିଶ୍ୱକପର ସୁପର ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଆସନ୍ତା କାଲି ଅର୍ଥାତ୍‌ ଅକ୍ଟୋବର ୨୩ରେ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ –ପାକିସ୍ତାନ ଭିତରେ ମ୍ୟାଚ୍‌ ହେବାକୁ ଯାଉଛି । ଏହି ମ୍ୟାଚ୍‌ ଦେଖିବାକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ଏହି ଦୁଇ ଦଳ ମଧ୍ୟରେ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇସାରିଛି। ଏହାରି ଭିତରେ ମେଲବର୍ଣ୍ଣରେ ହେବାକୁ ଥିବାମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏହି ସମ୍ମିଳନୀରେ ପାକିସ୍ତାନୀ ସାମ୍ବାଦିକ ପଚାରିଥିବା ପ୍ରଶ୍ନରେ ଉତ୍ତର ଦେଇ ମୁହଁ ବନ୍ଦ କରିଦେଇଥିଲେ । ଆଉ ରୋହିତଙ୍କ ଜବାବ ଶୁଣି ସେଠାରେ ଉପସ୍ଥିତ ସମସ୍ତ ସାମ୍ବାଦିକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପାକିସ୍ତାନୀ ସାମ୍ବାଦିକ ରୋହିତ ଶର୍ମାଙ୍କୁ ପଚାରିଥିଲେ କି ଆପଣଙ୍କ ଟିମ୍‌ ଏହି ବିଶ୍ୱକପରେ ଭାରତ ବିଜୟର ଦାବିଦାର କିମ୍ବା ଫେଭରାଇଟ୍‌ କି ? ଏହି ପ୍ରଶ୍ନର କଡ଼ା ଉତ୍ତର ଦେଇଥିଲେ ରୋହିତ । ରୋହିତ କହିଥିଲେ, ଏହି ଟୁର୍ଣ୍ଣାମେଣ୍ଟରେ କେହି ବିଜୟର ଦାବିଦାର(favourite ) କିମ୍ବା କେଉଁମାନେ ବିଜୟୀ ହେବା ପାଇଁ ଦାବିଦାର ନୁହେଁ(Underdog) । ଆମେ କାହା ଭିତରେ କିଛି ଫରକ ଦେଖୁନାହୁଁ । ଆମ ଭିତରେ କେବଳ ଗୋଟିଏ ମାଇଣ୍ଡ ସେଟ୍‌ ଥାଏ କି ଆମେ ପଡ଼ିଆରେ କିପରି ଭଲ ଖେଳିବୁ । ଆମ ଟିମ୍‌ ଭିତରେ ମଧ୍ୟ ସେମିତି ବିଚାର ଧାରା ନାହିଁ। ଏହି ଉତ୍ତରରେ ସମ୍ମିଳନୀରେ ଉପସ୍ଥିତ ଥିବା ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ରୋହିତ ଆହୁରି ମଧ୍ୟ କହିଥିଲେ କି କୌଣସି ଟିମ୍‌(favourite ) କିମ୍ବା (Underdog) ହୋଇନଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଏବେ ହେଉଥିବା କ୍ୱାଲିଫାୟର ମ୍ୟାଚ୍‌ । ଯେଉଁ ଟିମ୍‌ ଅତୀତରେ ବିଶ୍ୱ ବିଜେତା ହୋଇଛନ୍ତି,ସେମାନେ ବି କ୍ୱାଲିଫାୟାରରୁ ବାହାରକୁ ଯାଇଛନ୍ତି। ଏହି କାରଣରୁ favourite କିମ୍ବା Underdog ର କିଛି ଅର୍ଥ ହିଁ ନାହିଁ । ଆପଣଙ୍କ ବିଜୟ ଆପଣଙ୍କ ପ୍ରଦର୍ଶନ ଉପରେ ନିର୍ଭର କରେ । ସବୁବେଳେ ଚେଷ୍ଟା କରିବା ଦରକାର କି ଆପଣ କେମିତି ପ୍ରସ୍ତୁତ ଅଛନ୍ତି, ଆଉ ପଡ଼ିଆ ମଧ୍ୟରେ କେମିତି ପଳାଫଳ ଆଣଙ୍କ ସପକ୍ଷରେ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.