ସରଫରାଜ ଓ ଧ୍ରୁବଙ୍କ ଉପରେ ଟଙ୍କା ବର୍ଷା କଲା ବିସିସିଆଇ, ଆଇପିଏଲ ପୂର୍ବରୁ ମିଳିଲା ଉପହାର

ଆଇପିଏଲ୍‌ ୨୦୨୪ ଆରମ୍ଭ ହେବାକୁ ପୂର୍ବରୁ ବିସିସିଆଇ ଏହି ଦୁଇ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା କରିଛି । ସରଫରାଜ ଏବଂ ଜୁରେଲଙ୍କୁ ଭାରତୀୟ କ୍ରିକେଟ ଟିମ୍‌କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ କରାଯାଇଥିଲା । ଏବେ ଦୁହିଁଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ରହିବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ ଆପେକ୍ସ କାଉନସିଲ ।

ସରଫରାଜ ଖାନ ଏବଂ ଧ୍ରୁବ ଜୁରେଲଙ୍କ ବିସିସିଆଇ ଉପହାର ଭେଟି ଦେଇଛି । ଆଇପିଏଲ୍‌ ୨୦୨୪ ଆରମ୍ଭ ହେବାକୁ ପୂର୍ବରୁ ବିସିସିଆଇ ଏହି ଦୁଇ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା କରିଛି । ସରଫରାଜ ଏବଂ ଜୁରେଲଙ୍କୁ ଭାରତୀୟ କ୍ରିକେଟ ଟିମ୍‌କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ କରାଯାଇଥିଲା । ଏବେ ଦୁହିଁଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ରହିବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ ଆପେକ୍ସ କାଉନସିଲ ।

ଏହି ବୈଠକରେ ସରଫରାଜ ଖାନ୍ ଏବଂ ଧ୍ରୁବ ଜୁରେଲଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ କରିଛି ବିସିସିଆଇ । ଉଭୟ ଖେଳାଳିଙ୍କୁ ବୋର୍ଡ ସି ଗ୍ରେଡରେ ସ୍ଥାନ ଦେଇଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ଡେବ୍ୟୁ ପରେ ଉଭୟ କ୍ରିକେଟର ନିଜ ଜଲୱା ଦେଖାଇଛନ୍ତି । ଇଂଲଣ୍ଡ ବିପକ୍ଷରେ ଉଭୟ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ । ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ ହେବା ପରେ ଉଭୟ ଖେଳାଳିଙ୍କୁ ୧ କୋଟି ଟଙ୍କାର ଫାଇଦା ମିଳିଛି । ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଅନୁସାରେ, ଏହି ସରଫରାଜ ଏବଂ ଧ୍ରୁବ ଜୁରେଲଙ୍କୁ ବର୍ଷକରେ ୧ କୋଟି ଟଙ୍କା ଦିଆଯିବ ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦୁହେଁ ବଢିଆ ପ୍ରଦର୍ଶନ କରିଥିଲେ । ବିସିସିଆଇ ୨୦୨୩-୨୪ ପାଇଁ ବାର୍ଷିକ ଣ୍ଟ୍ରାକ୍ଟ ଜାରି କରିବା ବେଳେ ସ୍ପଷ୍ଟ କରିଛି ଯେ, କୌଣସି ଖେଳାଳି ୩ଟି ଟେଷ୍ଟ କିମ୍ବା ୮ଟି ଦିନିକିଆ ଏବଂ ୧୦ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛି, ସେମାନଙ୍କୁ ଗ୍ରେଡ ସି କଣ୍ଟ୍ରାକ୍ଟରେ ସାମିଲ କରାଯିବ । ସରଫରାଜ ଏବଂ ଧ୍ରୁବ ମଧ୍ୟ ୩ଟି ଟେଷ୍ଟ ଖେଳିଥିବା ଯୋଗୁଁ ତାଙ୍କୁ ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ପୁରସ୍କାର ମିଳିଛି ।

ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ ମହାସମର । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.