ଉଡ୍‌ଲ୍ୟାଣ୍ଡ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ

କେନ୍ଯୁଜ୍: ଉଡ୍‌ଲ୍ୟାଣ୍ଡ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ । ହସ୍ପିଟାଲରୁ ବାହାରକୁ ଆସିବା ପରେ ଗାଙ୍ଗୁଲୀ କହିଛନ୍ତି ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହା ସହ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗାଙ୍ଗୁଲୀ । ଡିସଚାର୍ଜ ହେବା ପରେ ସେ ଘରକୁ ଯାଇଛନ୍ତି । ଘରେ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ।

ପ୍ରତିଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ ହେବ। ହାର୍ଟ ଆଟାକ୍‌ ହେବା ପରେ ଦାଦାଙ୍କୁ କୋଲକାତା ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୋଟିଏ ଆଞ୍ଜିଓପ୍ଲାଷ୍ଟି ପରେ ସେ ସୁସ୍ଥ ହୋଇଥିଲେ । ତାଙ୍କ ହାର୍ଟରେ ଆଉ ଦୁଇଟି ବ୍ଳକେଡ୍‌ ରହିଛି । ତେବେ ଏଥିପାଇଁ ବର୍ତ୍ତମାନ ଆଞ୍ଜିଓପ୍ଲାଷ୍ଟିର ଆବଶ୍ୟକତା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.