ସୁରେଶ ରୈନାଙ୍କ ବାପାଙ୍କ ନିଧନ; ଏମିତି ସଂଘର୍ଷ କରି ପୁଅକୁ କରିଥିଲେ କ୍ରିକେଟର…

ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ସୁରେଶ ରୈନାଙ୍କ ବାପା ତ୍ରିଲୋକଚାନ୍ଦ ରୈନାଙ୍କର ଆଜି ରବିବାର ଗାଜିଆବାଦସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇ ଯାଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ତ୍ରିଲୋକଚାନ୍ଦ ରୈନା ଜଣେ ସେନା ଅଧିକାରୀ ଥିଲେ, ଯିଏକି, ଆର୍ଡନେନ୍ସ କାରଖାନାରେ ବୋମା ତିଆରି ଏକ୍ସପର୍ଟ ଥିଲେ। ତ୍ରିଲୋକଚାନ୍ଦ ‘ରୈନାୱାଡି’ ଗାଁର ବାସିନ୍ଦା ଥିଲେ। ଏହା ତାଙ୍କର ପୈତୃକ ଗାଁ ଥିଲା। ରୈନାୱାଡି କେନ୍ଦ୍ରଶାସିତ ରାଜ୍ୟ ଜମ୍ମୁ-କାଶ୍ମୀରରେ ଆସିଥାଏ।

୧୯୯୦ ମସିହାରେ ଯେଉଁ ସମୟରେ ଏହି ରାଜ୍ୟରେ କାଶ୍ମୀରୀ ପଣ୍ଡିତମାନଙ୍କୁ ହତ୍ୟା କରାଯାଉଥିଲା, ସେହି ସମୟରେ ତ୍ରିଲୋକଚାନ୍ଦ ପୂରା ପରିବାର ସହିତ ଗାଁ ଛାଡି ଚାଲି ଯାଇଥିଲେ। ଏହାପରେ ସେ ପରିବାର ଧରି ମୁରାଦନଗରରେ ବସବାସ କରିବା ଆରମ୍ଭ କରିଥିଲେ। ପୈତୃକ ଘର, ଗାଁ ଏବଂ ଜମିବାଡ଼ି ଛାଡ଼ି ଚାଲି ଆସିଥିବା ତ୍ରିଲୋକଚାନ୍ଦ ରୈନାଙ୍କ ପାଖରେ ନିଜ ପୁଅ ସୁରେଶଙ୍କ କ୍ରିକେଟ୍ କୋଚିଂ ଫି’ ଦେବାକୁ ମଧ୍ୟ ପଇସା ନ ଥିଲା। ସେ କୌଣସି ବି ପ୍ରକାରେ ସୁରେଶ ରୈନାଙ୍କୁ ଲକ୍ଷ୍ନୌସ୍ଥିତ ଗୁରୁ ଗୋବିନ୍ଦ ସିଂ ସ୍ପୋର୍ଟସ କଲେଜରେ ଆଡ୍‌ମିଶନ କରାଇଥିଲେ। କାଶ୍ମୀରୀ ପଣ୍ଡିତ ତ୍ରିଲୋକଚାନ୍ଦ ରୈନା ଖୁବ୍‌ ପରିଶ୍ରମୀ ଥିଲେ। କମ୍‌ ଦରମାରେ ମଧ୍ୟ ନିଜ ପିଲାମାନଙ୍କୁ ଭଲ ଲାଳନପାଳନ କରିଥିଲେ।

କହି ରଖୁଛୁ, ସୁରେଶ ରୈନା କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରି ତାଙ୍କ ବାପାଙ୍କୁ ଗର୍ବିତ କରାଇଛନ୍ତି। ସେ ୧୮ଟି ଟେଷ୍ଟ ମ୍ୟାଚ, ୨୨୬ଟି ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ, ୭୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିବା ସହିତ ଚେନ୍ନାଇ ସୁପର କିଙ୍ଗ୍ସ ତଥା ଗୁଜରାଟ ଲାନ୍ସରୁ ଆଇପିଏଲ୍‌ରେ ୨୦୫ଟି ମ୍ୟାଚ ଖେଳିଛନ୍ତି। ସୂଚନାଥାଉ କି, ଟିମ୍‌ ଇଣ୍ଡିଆର ପୂର୍ବତନ ସ୍ପିନର ହରଭଜନ ସିଂ ନିଜ ସାଥୀ କ୍ରିକେଟରଙ୍କ ବାପାଙ୍କ ନିଧନ ଉପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ହରଭଜନ ସିଂ ଟ୍ଵିଟ୍‌ କରି ଲେଖିଛନ୍ତି, ‘ସୁରେଶ ରୈନାଙ୍କ ବାପାଙ୍କ ବିଷୟରେ ଶୁଣି ମୁଁ ବହୁତ ଦୁଃଖିତ। ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ ଅଙ୍କଲ୍‌ ଜୀ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.