ବିରାଟ କୋହଲିଙ୍କ ପିଲାବେଳର କୋଚ୍ ସୁରେଶ ବତ୍ରା ଆଉ ନାହାନ୍ତି, ୫୩ ବର୍ଷରେ ନିଧନ

ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲିଙ୍କ ପାଇଁ ଏକ ଦୁଃଖଦ ଖବର। କୋହଲିଙ୍କ ପିଲାବେଳର କୋଚ୍ ସୁରେଶ ବତ୍ରାଙ୍କର ୫୩ ବର୍ଷ ବୟସରେ ନିଧନ ହୋଇଛି। ସୁରେଶ ବତ୍ରାଙ୍କ ମୃତ୍ୟୁର ଖବର ବରିଷ୍ଠ କ୍ରୀଡା ସାମ୍ବାଦିକ ବିଜୟ ଲୋକପଲ୍ଲୀ ଟ୍ୱିଟରରେ ଦେଇଛନ୍ତି।

ବିଜୟ ଏକ ଫଟୋ ଟ୍ୱିଟ କରି ଲେଖିଛନ୍ତି, ଷ୍ଟ୍ରିପ ଟି-ସାର୍ଟ ପିନ୍ଧିଥିବା ସୁରେଶ ବତ୍ରା, ଯିଏ ବିରାଟ କୋହଲିଙ୍କ ପିଲାବେଳେ କୋଚ୍ ଥିଲେ, ଗୁରୁବାର ତାଙ୍କ ନିଧନ ହୋଇଛି। ସେ ଗୁରୁବାର ସକାଳେ ପୂଜା କରିବା ବେଳେ ଅଚାନକ ପଡ଼ିଯାଇଥିଲେ। ତା ପରେ ଆଉ ଉଠିପାରିନାହାନ୍ତି।

ସେହିପରି କୋହଲିଙ୍କ କୋଚ୍ ରାଜକୁମାର ଶର୍ମା କହିଛନ୍ତି ମୁଁ ମୋ ସାନ ଭାଇକୁ ହରାଇଲି। ସେ ତାଙ୍କ ୧୯୮୫ରୁ ଜାଣିଥିଲେ।


ସୂଚନାଯୋଗ୍ୟ ଯେ କୋହଲି ନିଜ କ୍ୟାରିଅର ଆରମ୍ଭ ବେଳେ ବେଷ୍ଟ ଦିଲ୍ଲୀ କ୍ରିକେଟ ଏକାଡେମୀରେ କୋଚ୍ ରାଜକୁମାର ଶର୍ମାଙ୍କ ଠାରୁ ଟ୍ରେନିଂ ନେଉଥିଲେ। ସୁରେଶ ବତ୍ରା ଏହି ଏକାଡେମୀର ସହାୟକ କୋଚ୍ ଥିଲେ। କୋହଲିଙ୍କ ଜୀବନରେ ଏମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.