ଦୁଇ ଥର ବିଶ୍ୱ ଚାମ୍ପିଅନ ୱେଷ୍ଟଇଣ୍ଡିଜ ଟିମ୍‌ ବିଶ୍ୱ କପ୍‌ ମହାକୁମ୍ଭରୁ ବିଦା

ଚଳିତ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଖେଳି ପାରିବ ନାହିଁ ୱେଷ୍ଟଇଣ୍ଡିଜ। ଯୋଗ୍ୟତା ପର୍ଯ୍ୟାୟରେ ସ୍କଟ୍‌ଲ୍ୟାଣ୍ଡ ଠାରୁ ହାରି ବିଶ୍ୱକପ୍‌ ମୁଖ୍ୟ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଛି ।

କେନ୍ୟୁଜ୍(ବ୍ୟୁରୋ): ବିଶ୍ୱକପ ଇତିହାସରେ ପ୍ରଥମ । ଦୁଇ ଥର ବିଶ୍ୱ ଚାମ୍ପିଅନ ଟିମ୍‌ର ବିଶ୍ୱ କପ୍‌ ମହାକୁମ୍ଭରୁ ବିଦା । ଚଳିତ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଖେଳି ପାରିବ ନାହିଁ ୱେଷ୍ଟଇଣ୍ଡିଜ। ଯୋଗ୍ୟତା ପର୍ଯ୍ୟାୟରେ ସ୍କଟ୍‌ଲ୍ୟାଣ୍ଡ ଠାରୁ ହାରି ବିଶ୍ୱକପ୍‌ ମୁଖ୍ୟ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଛି । ଜିମ୍ବାୱେରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ ୨୦୨୩ ଯୋଗ୍ୟତା ପର୍ଯ୍ୟାୟରେ ସୁପରସିକ୍ସ ରାଉଣ୍ଡରେ ସ୍କଟ୍‌ଲ୍ୟାଣ୍ଡ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି । ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳା ଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ସ୍କଟଲ୍ୟାଣ୍ଡକୁ ୧୮୨ ରନ୍‌ର ଟାର୍ଗେଟ ଦେଇଥିଲା । ଜବାବରେ ୩୯ଟି ବଲ୍‌ ବାକି ଥାଇ ସ୍କଟଲ୍ୟାଣ୍ଡ ବିଜୟ ହାସଲ କରିଛି । ଏହି ପରାଜୟ ସହ ୱେଷ୍ଟଇଣ୍ଡିଜ ଦଳ ଚଳିତ ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛି ।

୪୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ ବିଶ୍ୱକପ୍‌ ପାଇଁ ପଡ଼ିଆକୁ ଓହ୍ଲାଇବ ନାହିଁ । ୱେଷ୍ଟଇଣ୍ଡିଜ ଦଳ ୧୯୭୫ ଓ ୧୯୭୯ରେ ଲଗାତାର ଦୁଇଥର ଚାମ୍ପିଅନ ହୋଇଥିଲା । ଏହା ପରଠାରୁ ଥରେ ବି ଟାଇଟଲ ଜିତିବାରେ ସକ୍ଷମ ହୋଇନାହିଁ ଟିମ । ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ୱେଷ୍ଟଇଣ୍ଡିଜର ପ୍ରଦର୍ଶନ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ରହି ଆସିଥିଲା । ପୂର୍ବରୁ ଏହି ଦଳ ଜିମ୍ବାୱେ ଓ ଅନ୍ୟ କେତେକ ନୂଆ ଦଳଠାରୁ ଲଗାତାର ହାରିଥିଲା । ଏମିତିକି ସ୍କଟଲାଣ୍ଡ ମ୍ୟାଚ୍‌ରେ ଇଣ୍ଡିଜ୍‌ ଖେଳାଳି ଅତି ଖରାପ ଫିଲଡିଂ କରିଥିଲେ । ଯାହା ଦଳ ପରାଜୟର ପ୍ରମୁଖ କାରଣ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.