ଟୋକିଓ ପାରା ଅଲିମ୍ପିକ୍ସ : ବ୍ୟାଡ୍‍ମିଣ୍ଟନ୍‍ ସେମିଫାଇନାଲରେ ପ୍ରମୋଦ ଭଗତ

ଟୋକିଓ: ଓଡ଼ିଆ ତାରକା ପ୍ରମୋଦ ଭଗତ ଟୋକିଓ ପାରାଲିମ୍ପିକ୍ସ ପୁରୁଷ ଏକକ ବ୍ୟାଡମିଣ୍ଟନର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏବୁଧବାର ନିଜ ଦ୍ବିତୀୟ ଗ୍ରୁପ୍-ଏ’ ମ୍ୟାଚ୍‌ରେ ୟୁକ୍ରେନର ଆଲେକଜାଣ୍ଡାର ଚିରକୋଭଙ୍କୁ ୨୧-୧୨, ୨୧-୯ରେ ପରାସ୍ତ କରି ଏସ୍‌ଏଲ୍-୩ ବର୍ଗର ଶ୍ରେଷ୍ଠ ୪ ଖେଳାଳିଙ୍କ ମଧ୍ୟରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି ସେ। ରାଜ୍ୟବାସୀ ଏହି ଓଡ଼ିଆ ପୁଅଙ୍କ ସଫଳତାକୁ ଚାହିଁ ବସିଥିଲେ । ଏହି ମ୍ୟାଚ୍ ଜିତିବାକୁ ମାତ୍ର ୨୬ ମିନିଟ୍ ସମୟ ନେଇଥିଲେ ପ୍ରମୋଦ। ଫଳରେ ଦୁଇଟି ମ୍ୟାଚ୍‌ରୁ ଦୁଇଟି ବିଜୟ ସହ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ନିଜ ଦେଶର ମନୋଜ ସରକାରଙ୍କୁ ହରାଇଥିଲେ।

ପ୍ରଥମ ସେଟରେ ୨୧-୧୨ ପଏଣ୍ଟରେ ବିଜୟ ହାସଲ କରିଥିଲେ ପ୍ରମୋଦ । ଦ୍ବିତୀୟ ସେଟରେରେ ମଧ୍ୟ ଏକ ପାଖିଆ ଭାବରେ ୟୁକ୍ରେନର ସଟଲରଙ୍କୁ ୨୧-୯ରେ ପରାଜିତ କରିଛନ୍ତି ପ୍ରମୋଦ । ଯାହାଫଳରେ ସେ ସେମିଫାଇନାଲକୁ ଉନ୍ନିତ ହୋଇଛନ୍ତି । ସେମିଫାଇନାଲ ମ୍ୟାଚରେ ବିଜୟୀ ହେଲେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ ହେବ । ବର୍ତ୍ତମାନ ସୁଦ୍ଧା ଟୋକିଓ ପାରାଲମ୍ପିକ୍ସରେ ଭାରତ ୧୦ ପଦକ ହାସଲ କରି ସାରିଛି । ଏଥିରେ ଦୁଇଟି ସ୍ବର୍ଣ୍ଣ ପଦକ ସାମିଲ ରହିଛି ।

ବୁଧବାର ପଲକ କୋହଲି ଓ ପ୍ରମୋଦ ଭଗତଙ୍କ ମିଶ୍ରିତ ଯୁଗଳ ଯୋଡ଼ି ପ୍ରଥମ ମ୍ୟାଚରେ ପରାଜିତ ହୋଇଥିଲା । ଫ୍ରାନ୍ସର ଯୋଡ଼ିଠାରୁ ଭାରତୀୟ ଖେଳାଳିମାନେ ୨-୧ରେ ପରାଜିତ ହୋଇଥିଲେ । ଏହାପରେ ଏକକ ବର୍ଗର SL ୩ କାଟାଗୋରୀର ପ୍ରଥମ ମ୍ୟାଚରେ ଭାରତର ହିଁ ସଟଲର ମନୋଜ ସରକାରଙ୍କୁ ମାତ ଦେଇ କ୍ବାର୍ଟର ଫାଇନାଲକୁ ପ୍ରବେଶ କରିଥିଲେ ।

ସେହିପରି ଗ୍ରୁପ୍‍-ଡିର ମହିଳା ସିଙ୍ଗଲ୍ସ ଗ୍ରୁପ୍‍ ପ୍ଲେ ଷ୍ଟେଝରେ ଜର୍ମାନୀର କାଟ୍ରିନ୍‍ ସିବଟ୍‍ର୍ ଭାରତର ପରୁଲ୍‍ ପାରମରଙ୍କୁ ୨୩-୨୧, ୧୯-୨୧ ଓ ୨୧-୧୫ରେ ପରାସ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.