ଦୁଇ ବର୍ଷ ପରେ ପୁଣି ଥରେ ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ T20, ଦର୍ଶକ ଉଠାଇବେ ଫଟାଫଟ୍‌ କ୍ରିକେଟର ମଜା

କଟକ(କେନ୍ୟୁଜ୍): କଟକ ବାରବାଟୀ ଷ୍ଟାଡିୟମରେ ଦୁଇ ବର୍ଷ ବ୍ୟବଧାନ ପରେ ପୁଣି ଥରେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ ଟି ଟେ୍ଵଣ୍ଟି ବା ଫଟାଫଟ୍‌ କ୍ରିକେଟର ମଜା । ଆସନ୍ତା ଜୁନ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଆଜି ଗାଡି ପାର୍କିଂ ନେଇ ତଳ ଓ ଉପର ବାଲିଯାତ୍ରା ପଡିଆ ପରିଦର୍ଶନ କରିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଓସିଏ କର୍ତ୍ତୃପକ୍ଷ । ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, ଓସିଏ ସମ୍ପାଦକ ସଂଜୟ ବେହେରା, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଓ ସିଏମସି କମିସନର ଅନନ୍ୟା ଦାସଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ବାଲିଯାତ୍ରା ପଡିଆ ବୁଲି ଦେଖିଥିଲେ ।

ଏଥର ୪୪ ହଜାର ଦର୍ଶକ ମ୍ୟାଚରେ ଉପସ୍ଥିତ ରହିବେ । ଏବଂ ସେଥିପାଇଁ ୨୫ ହଜାର ଗାଡି ପାର୍କିଂର ବ୍ୟବସ୍ଥା ହେବ । ତଳ ଓ ଉପର ବାଲିଯାତ୍ରା ପଡିଆରେ ଭିଆଇପି, ଭିଭିଆଇପିଙ୍କ ଗାଡି ପାର୍କିଂ ହେବା ସହ ସାଧାରଣ ଦର୍ଶକଙ୍କ ଗାଡି ମଧ୍ୟ ପାର୍କିଂ ହେବ । ଏଥିସହିତ ଆଖପାଖ ଛୋଟ ଛୋଟ ପଡିଆରେ ଗାଡି ସବୁ ପାର୍କିଂ ହେବ । ଆଗକୁ ଓସିଏ ପୋଲିସ କମିଶନର ଓ କ୍ରୀଡା ସଚିବଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତେବେ କୋଭିଡ୍‌ ସ୍ଥିତି ସାମାନ୍ୟ ହୋଇଥିବାରୁ ସରକାର ବାରବାଟୀ ମ୍ୟାଚ୍‌ ପାଇଁ ଦର୍ଶକଙ୍କୁ ଅନୁମତି ଶୀଘ୍ର ଦେବେ ବୋଲି ଓସିଏ ସଂପାଦକ ଆଶା ରଖିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.