ନୟାଗଡ(କେନ୍ୟୁଜ୍): ବିରାଟକାୟ ଅଜଗର । ନୟାଗଡ ଜିଲ୍ଲା ଭାପୁର ବ୍ଲକ ମଣିପୁର ଗାଁରୁ ଏକ ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି। ନଦୀରେ ମାଛ ମାରୁଥିବାବେଳେ ସାପଟି ଜାଲରେ ପଡିଥିଲା । ସାପର ଲମ୍ବର ପ୍ରାୟ ୧୫ ଫୁଟ ହେବ ।
ସାପ ଦେଖିବାକୁ ଗାଁ ଲୋକଙ୍କ ଭିଡ଼ ଜମିଥିଲା । ପରେ ଫରେଷ୍ଟ ବିଭାଗ ପହଂଚି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି।