ପୋଲିସ ଓ ଡ୍ରାଇଭର ମହାସଂଘ ଖଣ୍ଡଯୁଦ୍ଧ: ୩୫ରେ ପହଞ୍ଚିଲା ଗିରଫ ସଂଖ୍ୟା

ପୋଲିସକୁ ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୫ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ । ଆଜି ୨୨ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ । ଆଗକୁ ଗିରଫ ସଂଖ୍ୟା ବଢିପାରେ

ଗଞ୍ଜାମ(କେନ୍ୟୁଜ୍): ଆକ୍ସନ ମୋଡରେ ଗଞ୍ଜାମ ପୋଲିସ । ୩୫ରେ ପହଞ୍ଚିଲା ପୋଲିସ ଓ ଡ୍ରାଇଭର ମହାସଂଘ ଖଣ୍ଡଯୁଦ୍ଧ ମାମଲାରେ ଗିରଫ ସଂଖ୍ୟା । ପୋଲିସକୁ ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୫ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ । ଆଜି ୨୨ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ।

ଆଗକୁ ଗିରଫ ସଂଖ୍ୟା ବଢିପାରେ l ଗତକାଲି ଡ୍ରାଇଭର ମହାସଂଘର ଆନ୍ଦୋଳନ ବେଳେ ଉତ୍ତେଜନା ହୋଇଥିଲା । ବ୍ରହ୍ମପୁର ପୋକୁଡ଼ିବନ୍ଧ ଛକ ନିକଟ ଜାତୀୟ ରାଜପଥରେ ଡ୍ରାଇଭର-ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଡ୍ରାଇଭର । ଏଥିରେ ଗଞ୍ଜାମ ପୋଲିସ ଜିଲ୍ଲାର ଜଣେ ଏସଡିପିଓଙ୍କ ସମେତ ୪ ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.