ଠିକାଦାର ଖୋଳିଥିବା ଗତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ, କୋରାପୁଟ ମାଝିଗୁଡ଼ାରେ ଅଘଟଣ

କୋରାପୁଟ(କେନ୍ୟୁଜ୍): ପାଣିରେ ବୁଡ଼ି ୪ ମୃତ। କୋରାପୁଟ ସଦର ଥାନା ମାଝିଗୁଡ଼ା ନିକଟରେ ଅଭାବନୀୟ ଘଟଣା। ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ କୋରାପୁଟ ସଦର ଥାନା ପୋଲିସ ପହଞ୍ଚିଛି । ପାଣିରେ ବୁଡ଼ି ୩ ନାବାଳିକା ଓ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ। ମୃତକ ମଧ୍ୟରେ ୩ ଜଣ ବାଳିକା ଓ ଜଣେ ବାଳକ ଅଛନ୍ତି । ଗ୍ରାମବାସୀ ଶବକୁ ଉଧାର କରିଛନ୍ତି ।

କୋରାପୁଟ ସଦର ଥାନା ମାଝିଗୁଡା ନିକଟରେ ପାଣି ଭର୍ତ୍ତିି ଗାତରେ ପଡ଼ି ଯାଇଥଲେ ଏହି ପିଲାଗୁଡ଼ିକ । ସେମାନଙ୍କର ବୟସ ୫ରୁ ୭ ବର୍ଷ ମଧ୍ୟରେ ହେବ। ଗ୍ରାମବାସୀ ୪ ଜଣଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ଗାଁରେ ଶୋକର ଛାୟା ଖେଳି ଯାଇଛି ।
ଦଶମନ୍ତପୁର ବ୍ଲକ୍‌୍‌ର ପାଇକ ଫୁଲବେଡା ନିକଟରେ ଘଟିଛି ଘଟଣା । ଓଡପୁର-ମାଝିଗୁଡା ଗାଁ ମଧ୍ୟରେ ଭାରତମାଳା ପ୍ରକଳ୍ପରେ ରାସ୍ତା ନିର୍ମାଣ ପାଇଁ ଠିକାଦାର ଜଣକ ମାଟି ଖୋଳି ଗାତ କରିଥିଲେ । ଏହି ଗଭୀର ଗାତରେ
ବର୍ଷା ପାଣି ଜମି ରହିଥିଲା । ସେହି ରାସ୍ତାରେ ଯାଉଥିବା ବେଳେ ପିଲାମାନେ ପାଣି ଭର୍ତ୍ତି ଗାତରେ ପଡ଼ି ଯାଇଥିବା ସନ୍ଦେହ କରାଯାଉଛି । ସୂଚନାପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ କୋରାପୁଟ ସଦର ଥାନା ପୋଲିସ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.