ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ: ମାଳମାଳ ପ୍ରସଙ୍ଗ, ସମୟ କମ୍

ଭୁବନେଶ୍ୱର (କେନ୍ୟୁଜ): ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ । ଏଥର ମାଳମାଳ ପ୍ରସଙ୍ଗ ରହିଛି । ହେଲେ ସମୟ କମ ରହିଛି । କୋଭିଡ୍‌ କଟକଣାରେ ସେପ୍ଟେମ୍ବର ୧ରୁ ୯ ତାରିଖ ଯାଏ ଅଧିବେଶନ ଚାଲିବ । ଚଳିତ ଅଧିବେଶନରେ ରହିବ ୮ଟି କାର୍ଯ୍ୟ ଦିବସ । ଏଥିରୁ ୭ ଦିନ ଅଫିସିଆଲ୍‌ ବିଜନେସ୍‌ ପାଇଁ ସ୍ଥିର ହୋଇଥିବା ବେଳେ ଗୋଟିଏ ଦିନ ସେପ୍ଟେମ୍ବର ୩ ତାରିଖ ପ୍ରାଇଭେଟ୍‌ ମେମ୍ବର୍ସ ବିଜନେସ୍‌ ପାଇଁ ଧାର୍ଯ୍ୟ ହୋଇଛି । ମୌସୁମୀ ଅଧିବେଶନରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହରେ ଆଗତ ହୋଇପାରେ । ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ରହିଛି ।

ମରୁଡ଼ି ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି, ବିରୋଧୀ ଏହି ପ୍ରସଙ୍ଗ ଉଠାଇପାରନ୍ତି । କୋଟିଆ ସୀମା ବିବାଦ ପ୍ରସଙ୍ଗ ମଧ୍ୟ ବିରୋଧୀଙ୍କ ହାତରେ ରହିଛି । ସେହିଭଳି ପୌର ନିର୍ବାଚନକୁ ନେଇ ମଧ୍ୟ କମ୍ପିପାରେ ଗୃହ । ପ୍ରତି ଅଧିବେଶନରେ ସମସ୍ତଙ୍କୁ ଚକିତ କଲାଭଳି କିଛି ପ୍ରସ୍ତାବ ପାରିତ କରିବାର ନଜର ରହିଛି । ତେଣୁ ଏଥର ସରକାର ସେପରି କିଛି କରିବେ କି ନାହିଁ, ତାହା ଉପରେ ନଜର ରହିଛି । ଆଜି ବିଜେପି ବିଧାୟକ ଦଳ ବୈଠକ ବସୁଥିବା ବେଳେ ଆସନ୍ତାକାଲି କଂଗ୍ରେସ ଓ ବିଜେଡି ବିଧାୟକ ଦଳ ବୈଠକ ବସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.