ଅଘଟଣ: ଭାଇ ମୃତ୍ୟୁର ୨ଦିନ ପରେ ଭଉଣୀ ମୃତ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ଜୟପୁର (କେନ୍ୟୁଜ): ଭାଇର ମୃତ୍ୟୁ ପରେ ଭଉଣୀର ସନ୍ଦେହଜନକ ମୃତ୍ୟୁ। ଜୟପୁର ପାରବେଡ଼ା ମହାବୀର ଲାଇନରେ ଅଭାବନୀୟ ଘଟଣା। ୨ଦିନ ତଳେ ମହାବୀର ଲାଇନର ଗଦାଧର ନାୟକଙ୍କ ପୁଅର ମୃତଦେହ ଘର ଛାତ ଉପରୁ ଉଦ୍ଧାର ହୋଇଥିଲା। ଆଜି ଗଦାଧରଙ୍କ ବଡ଼ ଝିଅର ମୃତଦେହ ମଧ୍ୟ ଘର ଛାତ ଉପରୁ ଉଦ୍ଧାର ହୋଇଛି। ତେବେ ତାଙ୍କର ହତ୍ୟା ହୋଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଟାଉନଥାନା ପୋଲିସ ଘଟଣାସ୍ଥଳରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜୟପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.