ଚିନ୍ତାମଣିଶ୍ୱର ଅଞ୍ଜନ ବେହେରା ହତ୍ୟା ମାମଲା, ଆଉ ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ବରର ବହୁଚର୍ଚ୍ଚିତ ଚିନ୍ତାମଣିଶ୍ୱର ଅଞ୍ଜନ ବେହେରା ହତ୍ୟା ମାମଲାରେ ଆଉ ୪ ଅଭିଯୁକ୍ତ ଗିରଫ ।

ଭୁବନେଶ୍ବର : ଭୁବନେଶ୍ବରର ବହୁଚର୍ଚ୍ଚିତ ଚିନ୍ତାମଣିଶ୍ୱର ଅଞ୍ଜନ ବେହେରା ହତ୍ୟା ମାମଲାରେ ଆଉ ୪ ଅଭିଯୁକ୍ତ ଗିରଫ । କଟକରେ ଏକ ଲଜରେ ଲୁଚିଥିବା ବେଳେ ସେମାନଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ପୂର୍ବରୁ ମାମଲାର ମୁଖ୍ୟ ଦୁଇ ଅଭିଯୁକ୍ତ ମୁକାହ୍ନା ପ୍ରଧାନ ଓରଫ ପିଙ୍କୁ ଓ ତାର ପ୍ରେମିକା ନିହାରିକା ଦାସକୁ ପୋଲିସ ଗିରଫ କରିଥିଲା ।

ଗତ ମାର୍ଚ୍ଚ୧୫ ବିଳମ୍ବିତ ରାତିରେ ତ୍ରିକୋଣୀୟ ପ୍ରେମକୁ ନେଇ ଅଞ୍ଜନଙ୍କୁ ହତ୍ୟା କରାଯାଇଥିଲା। ବର୍ତ୍ତିଯାଇଥିଲେ ଅଞ୍ଜନଙ୍କ ସାଙ୍ଗ ଗୌତମ ସାହୁ। ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଯେ, ନିହାରିକାକୁ ପୂର୍ବରୁ ଭଲ ପାଉଥିଲେ ଗୌତମ। ପରେ ସୋସିଆଲ୍ ମିଡିଆରେ କାହ୍ନା ସହ ନିହାରିକାର ପ୍ରେମ ସଂପର୍କ ହୋଇଥିଲା ।

ଏକଥା ଜାଣିବା ପରେ ତାଙ୍କୁ ବାରମ୍ବାର ଫୋନ କରି ହଇରାଣ କରୁଥିଲେ ଗୌତମ । ଏଥିପାଇଁ ଅଞ୍ଜନଙ୍କୁ ରାସ୍ତାରୁ ହଟାଇବା ଲାଗି କାହ୍ନା ଓ ନିହାରିକା ମର୍ଡର ପ୍ଲଟ୍ ରଚିଥିଲେ । ଆପୋସ ବୁଝାମଣା ପାଇଁ ଗୌତମଙ୍କୁ ଚିନ୍ତାମଣିଶ୍ୱର ଡାକିଥିଲେ । ଅଞ୍ଜନ ଓ ଗୌତମ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ କାହ୍ନା ଓ ନିହାରିକା ସହ ଝଗଡ଼ା ହୋଇଥିଲା । ଅଞ୍ଜନ ବିରୋଧ କରିବାରୁ ଏକ ଖଣ୍ଡାରେ ତାଙ୍କ ହାତକୁ ହାଣି ଦେଇଥିଲା କାହ୍ନା । ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.