ବାଇକ ଉପରେ ଚଢ଼ିଗଲା ଟ୍ରକ: ଚାପି ହୋଇ ଆରୋହୀଙ୍କର ମୃତ୍ୟୁ

ଭଦ୍ରକ (କେନ୍ୟୁଜ): ଜାତୀୟ ରାଜପଥ ରେ ଦୁର୍ଘଟଣା । ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ ପରେ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ ର ଭଦ୍ରକ ଜିଲ୍ଲା ଆରଡ଼ି ଛକ ନିକଟ ରେ ଟ୍ରକଟି ଏକ ବାଇକ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳ ରେ ବାଇକ ସହ ଆରୋହୀ ଜଣକ ଟ୍ରକ ତଳେ ଚାପି ହୋଇ ରହି ମୃତ୍ୟୁ ବରଣ କରିଛନ୍ତି।

ତେବେ ମୃତକ ଙ୍କ ପରିଚୟ ମିଳି ନାହିଁ। ରାଜପଥ ସମ୍ପ୍ରସାରଣ କାର୍ଯ୍ଯରେ ନିୟୋଜିତ ଡିବିଏଲ କମ୍ପାନୀ ର ଧିମା କାର୍ଯ୍ଯ ପାଇଁ ଦୁର୍ଘଟଣା ଘଟିଛି । ରାଜପଥ ସମ୍ପ୍ରସାରଣ କାର୍ଯ୍ଯ ପାଇଁ ଦୀର୍ଘ ଦିନ ହେବ ରାଜପଥ ରୁ ଗାଡି ଗୁଡିକ ସର୍ଭିସ ରୋଡ଼ ରେ ଯାଉଛି । ଅନେକ ଥର ଏହି ରାସ୍ତା ରେ ଦୁର୍ଘଟଣା ରେ ବହୁ ଲୋକ ଙ୍କର ଜୀବନ ଯାଇଛି । ଘଟଣାସ୍ଥଳ ରେ ଉତ୍ତେଜନା ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.