ରାଜ୍ୟରେ କମୁଛି ଶୀତଲହରୀ, ଆଗାମୀ ୨ଦିନ ଯାଏ ରାଜ୍ୟର ପାଗ ଶୁଖିଲା ରହିବ

ଭୁବନେଶ୍ବର(କେନ୍ୟଜ୍): ରାଜ୍ୟରେ କମୁଛି ଶୀତଲହରୀ। ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି। ୧୦ ଡିଗ୍ରୀ ତଳେ ରହିଛି ୫ଟି ସହରର ତାପମାତ୍ରା। ସର୍ବନିମ୍ନ ରାତି ତାପମାତ୍ରା ୮ଡିଗ୍ରୀ ସେଲସିୟସ ସହ ସୁନ୍ଦରଗଡ଼ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ରହିଛି। ଆଭ୍ୟନ୍ତରୀଣ ଓଡିଶାରେ ରାତିର ତାପମାତ୍ରାରେ ୪.୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୨.୨ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି।
ଆଗାମୀ ୨ଦିନ ଯାଏ ରାଜ୍ୟର ପାଗ ଶୁଖିଲା ରହିବ। କିଛି ଜିଲ୍ଲାରେ ସାମାନ୍ୟରୁ ଘନ କୁହୁ଼ଡି ଦେଖାଯିବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ୨୭ ତାରିଖରୁ ରାଜ୍ୟର ତିନିଟି ଜିଲ୍ଲାରେ ହାଲୁକାର ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ୨୮ ତାରିଖରେ ୧୨ଟି ଜିଲ୍ଲାରେ ଓ ୨୯ ତାରିଖରେ ୮ଟି ସାମାନ୍ୟ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଗାମୀ ୪ରୁ ୫ଦିନ ମଧ୍ୟର ରାତିରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।