ସୁବର୍ଣ୍ଣପୁରରେ ୫୦ଟିକିଆ ହାତୀ ପଲଙ୍କ ଉପଦ୍ରବ: ଧାନ ଚାଉଳ ଖାଇବା ସହ ନଷ୍ଟ କରିଦେଉଛନ୍ତି ଘରଦ୍ବାର, ଭୟରେ ମସାଲ ଧରି ଅନିଦ୍ରା ରହୁଛନ୍ତି ଗ୍ରାମବାସୀ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ କମୁନାହିଁ ହାତୀ ଉପଦ୍ରବ । ଦୀର୍ଘ ୨ ମାସରୁ ଅଧିକ ସମୟ ହେବ ଜିଲ୍ଲାରେ ବଢିବଢି ଚାଲିଛି ହାତୀ ଉପଦ୍ରବ । ପ୍ରଥମେ ଧାନ ଫସଲ ଆଉ ଘରମୁହାଁ ହୋଇଛନ୍ତି ହାତୀପଲ । ଘର ଭାଙ୍ଗିବା ସହ ଖାଇଯାଉଛନ୍ତି ଧାନ ଚାଉଳ । ନଷ୍ଟ କରିଦେଉଛନ୍ତି ଘରର ଆସବା ପତ୍ର । ଭୟ ଆଉ ଆଶଙ୍କାରେ ଏବେ ଘର ଉପରେ ତାରପୋଲିନ ଢାଙ୍କି ରହୁଛନ୍ତି ଲୋକେ ।

ପାଖାପାଖି ୪୦ରୁ ୫୦ଟି ହାତୀ ଆସି ଗିନ୍ଦିଲାମାଲ ଗାଁରେ ଉପଦ୍ରବ ମଚାଇଛନ୍ତି । ସଂଧ୍ୟା ହେଲେ ଘର ଛାତ ଉପରକୁ ପୁରା ପରିବାର ଚାଲିଯାଉଛନ୍ତି । ସେଠି ମସାଲ ପ୍ରସ୍ତୁତ କରି ରାତିସାରା ଚେଇଁ ରହୁଛନ୍ତି । ଏଣୁ ଏବେ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ସହ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ କରିଛନ୍ତି କ୍ଷତିଗ୍ରସ୍ତ । ସେପଟେ ହାତୀ ଘଉଡାଇବା ସହ କ୍ଷତିଗ୍ରସ୍ତଙ୍କୁ ସରକାରୀ ବିଧି ବ୍ୟବସ୍ଥା ଅନୁସାରେ ସହଯୋଗ କରାଯାଉଥିବା କହିଛନ୍ତି ରେଞ୍ଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.