ମୟୂରଭଞ୍ଜ କରଞ୍ଜିଆରେ ଝାଡଖଣ୍ଡୀ ହାତୀପଲ: ଫସଲ ନଷ୍ଟ କରିବା ସହ ଭାଙ୍ଗୁଛନ୍ତି ଘରଦ୍ୱାର, ଫଟୋ ଉଠାଇବାକୁ ଲୋକଙ୍କ ଭିଡ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଝାଡଖଣ୍ଡୀ ହାତୀପଲ । ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି ୧୭ ଟିକିଆ ହାତୀ । ଗତକାଲି ଶୁକୃଳି ବ୍ଲକର ମନୋହରପୁର ଗାଁ ନିକଟ ଜଙ୍ଗଲରେ ହାତୀପଲଙ୍କୁ ଦେଖିବାକୁ ମିଳିଥିଲା ।

ଅନ୍ଯପଟେ ଜୀବନ ପ୍ରତି ବିପଦ ଥିବା ସତ୍ୱେ ହାତୀ ଦେଖିବାକୁ ଲୋକଙ୍କ ସୁଅ ଛୁଟିଥିଲା । ହାତୀ ସହିତ ସେଲ୍ଫି ନେବାରେ ବ୍ଯସ୍ତ ଥିଲେ କିଛି ଲୋକେ। ଏବେ ହାତୀପଲ ଦୁଧିଆଣି ରେଞ୍ଜର ଡୁମୁରିଆ ଜଙ୍ଗଲରେ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଗତକାଲି ପୁଣି ୪ଟି ଝାଡଖଣ୍ଡି ହାତୀ ଆସିଥିବା ଜଣାପଡିଛି । ଅଙ୍ଗାରପଦା ପଞ୍ଚାୟତରେ ଘରଦ୍ୱାର ଭାଙ୍ଗିବା ସହ ପିଡ଼ିଏସ୍‌ ଚାଉଳ ଖାଇଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.