ଓଲିଉଡ କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ

ଭୁବନେଶ୍ବର କିସ ଠାରେ ହୋଲି ଉତ୍ସବ ଧୁମଧାମରେ ପାଳିତ ହୋଇଛି । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖା ଯାଇଥିଲା । କିସ୍ ଛାତ୍ରଛାତ୍ରୀମାନେ ବିଶିଷ୍ଟ ଓଡ଼ିଆ ସିନେ ତାରକା, ସାହିତ୍ୟିକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକ, ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସହ ହୋଲି ପାଳିଥିଲେ ।

ଭୁବନେଶ୍ୱର(କେନ୍ୟୁଜ୍‌): ଭୁବନେଶ୍ବର କିସ୍ ଠାରେ ହୋଲି ଉତ୍ସବ ଧୁମଧାମରେ ପାଳିତ ହୋଇଛି । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖା ଯାଇଥିଲା । କିସ୍ ଛାତ୍ରଛାତ୍ରୀମାନେ ବିଶିଷ୍ଟ ଓଡ଼ିଆ ସିନେ ତାରକା, ସାହିତ୍ୟିକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକ, ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସହ ହୋଲି ପାଳିଥିଲେ । ପାରମ୍ପରିକ ରାଧାକୃଷ୍ଣଙ୍କ ବେଶରେ ସଜ୍ଜିତ ହୋଇ ଦୋଳିରେ ଝୁଲୁଥିବା କିସ୍ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅଭିନେତା, କଳାକାରମାନେ ରଙ୍ଗ ବୋଳି ଅବିର ପର୍ବ ପାଳନ କରିଥିଲେ । ଅତିଥିମାନେ କିସ୍ ପିଲାମାନଙ୍କ ସହ ଅବିର ଖେଳିବା ସହ ନୃତ୍ୟ, ସଂଗୀତ, ସଂଳାପ ଓ ହାସ୍ୟରସରେ ପିଲାମାନଙ୍କ ମନୋରଞ୍ଜନ କରିଥିଲେ ।

ପ୍ରତିବର୍ଷ କିସ୍ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା ସକାଶେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତ, କୋଲକାତାସ୍ଥିତ ସତ୍ୟଜିତ ରାୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଲ୍ ଆଣ୍ଡ ଟେଲିଭିଜନ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ସିନେ ସମୀକ୍ଷକ ଦିଲୀପ ହାଲି, ଅଭିନେତା ସୁକାନ୍ତ ରଥ, ମଣ୍ଟୁ ଶର୍ମା, ଶୁଭାଶିଷ, ଅଭିନେତ୍ରୀ ବିଦୁସ୍ମିତା, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ଶିବାନୀ ସଙ୍ଗୀତା, ଆକାଙ୍କ୍ଷା କବି, ତୃପ୍ତି, ସସ୍ମିତା ପିଆଲି, ହାସ୍ୟ ଅଭିନେତା ଭକ୍ତ ପ୍ରହ୍ଲାଦ ଚରଣ ପଟ୍ଟନାୟକ, ଦେବୁ ବ୍ରହ୍ମା, ଜୀବନ ପଣ୍ଡା, ହର ରଥ, ଗୀତିକାର ଅରୁଣ ମନ୍ତ୍ରୀ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଶ୍ରୀଚରଣ ମହାନ୍ତି, ଶୈଳବାଳା ମହାପାତ୍ର, ମିତ୍ରଭାନୁ ମହାନ୍ତି, ଶିଶୁ କଳାକାର ଐଶ୍ୱର୍ଯ୍ୟା ମିଶ୍ର, ସଂଗୀତ ନିର୍ଦ୍ଦେଶକ ଶରତ ନାୟକ, ଅରୁଣ ମନ୍ତ୍ରୀ, କ୍ରୀଡ଼ାବିତ୍ ଅନୁରାଧା ବିଶ୍ୱାଳଙ୍କ ସମେତ ୬୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.