କେନ୍ଦ୍ରାପଡା: କନିକା ତହସିଲରେ ଜମି ଜାଲିଆତି, ଗୋଟିଏ ମିୟୁଟେସନ ନମ୍ବରରେ ଦୁଇଜଣଙ୍କର ଦାଖଲ ଖାରଜ ହେଲା କେମିତି?

ଆଳି(କେନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା କନିକା ତହସିଲରେ ଜମି ଜାଲିଆତି। ରକ୍ଷକ ହୋଇ ଭକ୍ଷକ ସାଜିଲେ ତହସିଲଦାର ଓ ତାଙ୍କ କର୍ମଚାରୀ।ମୃତ ବ୍ଯକ୍ତିଙ୍କ ଜମିକୁ ଅନ୍ଯଜଣଙ୍କୁ ପଟ୍ଟା କରିଦେଇଥିବାର ଅଭିଯୋଗ। କନିକା ତହସିଲ ଅଧିନସ୍ଥ ମଦରଙ୍ଗାପାଟ ମୌଜ଼ାର ଖତିୟାନ ନମ୍ବର-୮୬ରେ ନରହରି ବେହେରା ତାଙ୍କ ଅନ୍ଯ ଭାଇଙ୍କ ନାଁରେ ୮ଟି ପ୍ଲଟରେ ସମୁଦାୟ ୫ ଏକର ୧୧ ଡିସିମିଲି ଜମି ରହିଛି।ଏହି ୫ ଏକର ୧୧ ଡିସିମିଲି ବାବଦକୁ ମୃତ ନରହରି ବେହେରାଙ୍କ ପରିବାର ଲୋକେ ୧୮/୧/୧୮ତାରିଖ ଯାଏଁ  ଖଜଣା ପାଉତି କାଟି ଆସୁଥିଲେ। ହେଲେ ମୃତ ନରହରି ବେହେରାଙ୍କ ପୁଅ ୨୦୨୨ମସିହାରେ ଖଜଣା ପାଉତି କାଟିବାକୁ RI ଅଫିସକୁ ଯାଇଥିବା ବେଳେ ଜାଣିବାକୁ ପାଇଲେ ଯେ, ୫ ଏକର ୧୧ଡିସିମିଲି ଜମିରୁ ୧ ଏକର ଜମି ଖାତାରୁ କଟିଯାଇଛି।ଏନେଇ ଆରଟିଆଇରେ ତଥ୍ଯ ମାଗିବାରୁ ଜଣାପଡିଲା ଯେ,ମୃତ ନରହରି ବେହାରଙ୍କ ୧ଏକର ଜମିକୁ କାଗଜ ପତ୍ରରେ ଜାଲିଆତି କରି ସିଙ୍ଗିଡ଼ି ଗାଁର ନାରାୟଣ ଚନ୍ଦ୍ର ଦାସଙ୍କ ନାଁରେ ପଟ୍ଟା ଦିଆଯାଇଛି।ମିୟୁଟେସନ ନମ୍ବର -୯୪୫/୧୬ରେ ନାରାୟଣ ଚନ୍ଦ୍ର ଦାସ ଦାଖଲ ଖାରଜ କରି ୧ ଏକର ଜମିର ପଟ୍ଟା ହାତେଇ ଥିବା ବେଳେ ସେଇ ସମାନ ୯୪୫/୧୬ମିୟୁଟେସନ ନମ୍ବରରେ ଜୟନଗର ମୌଜ଼ାର ଅନୁଜ କୁମାର ବିଶ୍ଵାଳ ଦାଖଲ ଖାରଜ କରି ପଟ୍ଟାପାଇଛନ୍ତି।ତେବେ ଏଠାରେ ପ୍ରଶ୍ନ ଉଠୁଛି ଗୋଟିଏ ମିୟୁଟେସନ ନମ୍ବରରେ ଦୁଇ ଦୁଇ ଜଣ ବ୍ଯକ୍ତିଙ୍କର ଦାଖଲ ଖାରଜ ହେଲା କେମିତି? ଏହିଥିରୁ ହଁ ସ୍ପଷ୍ଟ ଭାବରେ ବାରି ହେଇପଡୁଛି କେମିତି କରାଯାଇଛି ଜମି ଜାଲିଆତି।

ନାରାୟଣ ଚନ୍ଦ୍ରର ଦାସ କନିକା ତହସିଲରୁ ପଟ୍ଟା ହାତେଇବା ପରେ ୧ଏକର ଜମିକୁ ନିଜ ପୁତୁରା ଧନୁଞ୍ଜୟ ଦାସଙ୍କୁ ବିକ୍ରି କରିଛନ୍ତି।ତେବେ ଏହି ଜମି ଜାଲିଆତି ଘଟଣାରେ କନିକା ତହସିଲଦାର ,ପୂର୍ବତନ ରେକର୍ଡ କିପର ଓ ଡାଟା ଏଣ୍ଟ୍ରି ଅପରେଟରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି।ଏନେଇ ଜମି ଜାଲିଆତି ଘଟଣାକୁ ନେଇ ଆମେ ରଜକନିକା ତହସିଲଦାରଙ୍କୁ ଭେଟିଥିଲୁ ସେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.