ପଞ୍ଚାୟତକୁ ଆସିଥିବା ମନରେଗା, ଆବାସ ଭଳି ଅନେକ ଯୋଜନାରେ ମହାଦୁର୍ନୀତି ! ଅନଶନରେ ସମିତି ସଭ୍ୟ

ଦଶରଥପୁର(କେନ୍ଯୁଜ୍):ହରିଲୁଟ୍‌ ଅଭିଯୋଗ । ପଞ୍ଚାୟତକୁ ଆସିଥିବା ମନରେଗା, ଆବାସ ଭଳି ଅନେକ ଯୋଜନାରେ ମହାଦୁର୍ନୀତି ଅଭିଯୋଗ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଜରୀ ପଞ୍ଚାୟତର ସମିତି ସଭ୍ୟ ଶ୍ରୀ ସାମଲ ଏହି ଅଭିଯୋଗ କରିଛନ୍ତି ।ପୂର୍ବରୁ ପଞ୍ଚାୟତରାଜ ବିଭାଗ ଓଡ଼ିଶା, ଜିଲ୍ଲାପାଳ,ପ୍ରକଳ୍ପ ନିର୍ଦେଶକ, ବିଡ଼ିଓଙ୍କ ନିକଟରେ ଏହାର ତଦନ୍ତ ଦାବି କରିଥିଲେ ।

ହେଲେ କୌଣସି ସୁଫଳ ମିଳିନଥିବାରୁ ଗାନ୍ଧୀଙ୍କ ଫଟୋ ଧରି ଆମରଣ ଅନଶନରେ ବସିଥିଲେ । ମନରେଗା ଯୋଜନାରେ ଶ୍ରମିକ ବଦଳରେ କାମ କରୁଛି ମେସିନ । ହେଲେ ଶ୍ରମିକ ନାମରେ ପଇସା ଉଠାଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଖବରପାଇ ବିଡ଼ିଓ ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ । ବିଡ଼ିଓଙ୍କ କାର୍ଯ୍ୟକଳାପ ଏକତରଫା ଓ ରାଜନୈତିକ ଚାପରେ ହେଉଥିବା ଶ୍ରୀ ସାମଲ କହିଛନ୍ତି । ତେଣୁ ଜିଲ୍ଲାପାଳ ଓ ପିଡ଼ି ଆସି ତଦନ୍ତ ପାଇଁ ପ୍ରତିଶୃତି ଦେଲେ ସେ ଅନଶନରୁ ଉଠିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.