ଯାଜପୁର : ଧର୍ମଶାଳା ଥାନା ଦେଉଳି ପାହାଡ଼ରୁ ମୃତଦେହ ମିଳିବା ଘଟଣା, ଅଭିଯୁକ୍ତ ଗିରଫ

ଯାଜପୁରର ଧର୍ମଶାଳା ଥାନା ଦେଉଳି ପାହାଡ଼ରୁ ମା’ର ମୃତଦେହ ସହ ମୁମୂର୍ଷୁ ଅବସ୍ଥାରେ ଝିଅ ଉଦ୍ଧାର ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ଏଯାଏଁ ଧରାପଡ଼ିନାହିଁ । ଗତ ୨ତାରିଖ ଦିନ ଦେଉଳି ଗାଁର କୃଷ୍ଣଚନ୍ଦ୍ର ସାମଲଙ୍କ ଝିଅକୁ ମୁଖ୍ୟ ଅଭିଯୁକ୍ତ ଓ ତାର ସହଯୋଗୀ ଉଠାଇ ନେଇଥିଲେ । କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ଏହାକୁ ବିରୋଧ କରି ସେମାନଙ୍କ ପିଛା କରିଥିଲେ । ଫନି ପରେ ୪ତାରିଖରେ କୃଷ୍ଣଚନ୍ଦ୍ରଙ୍କ ପତ୍ନୀଙ୍କ ମୃତଦେହ ମିଳିଥିଲା । ପାଖରେ ଝିଅ ଅଚେତ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଝିଅକୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ । ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରି ତଦନ୍ତ ଚଳାଇଛି । ଧର୍ମଶାଳା ଥାନା ପୋଲିସ ହତ୍ୟା ମାମଲା ରୁଜୁ କରିଥିବା ବେଳେ ଖୁବ ଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.