ଜଟଣୀ କୁଦିଆରୀ ଗାଁରେ ତାତିଲେ ଯୁବକ, ଗାଁରେ ଜଳବନ୍ଦୀ ନେଇ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ

ଖୋର୍ଦ୍ଧା(କେନ୍ୟୁଜ୍): ତାତିଲେ ଗାଁ ଲୋକେ, ଜେଇଙ୍କୁ ରଖିଲେ ଅଟକ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌର ପରିଷଦ ଅନ୍ତର୍ଗତ କୁଦିଆରୀ ଗାଁରେ ଏହି ଘଟଣା ଘଟିଛି। କୁଦିଆରୀରେ ମୁଖ୍ୟ ରାସ୍ତା ସହ ଗଳିକନ୍ଦିରେ ଯିବା ଆସିବା ପାଇଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ମିଳୁନାହିଁ। ଜଟଣୀ ଜେଇଙ୍କୁ ଆଣି ସ୍ଥାନ ପରିଦର୍ଶନ କରାଇଥିଲେ ମହାବୀର ଯୁବକ ସଂଘ । କାମ ନସରିବା ପର୍ଯ୍ୟନ୍ତ ତାଙ୍କୁ ଅଟକ ରଖାଯିବ ବୋଲି କହିଛନ୍ତି । ତା ସହ ଡ୍ରେନେଜ୍‌ ସମସ୍ୟା ଯୋଗୁ ବର୍ଷ ବର୍ଷ ଧରି ଲୋକ ହଇରାଣ ହେଉଛନ୍ତି। ରାସ୍ତା କାମ କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.