କୁକୁଡ଼ା ଲ୍ୟାମ୍ସ ପରିଚାଳନା ନିର୍ଦ୍ଦେଶକଙ୍କ ୧ କୋଟି ୪୧ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ

ସୁନ୍ଦରଗଡ଼(କେନ୍ୟୁଜ) : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ୍ କୁକୁଡା ସମବାୟ ସମିତି (ଲ୍ଯାମ୍ସ) ପରିଚାଳନା ନିର୍ଦ୍ଦେଶକ ପରୀକ୍ଷିତ ସାହୁଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢାଉ। ଚଢ଼ାଉ ବେଳେ କୁକୁଡ଼ା ଲ୍ୟାମ୍ସ ପରିଚାଳନା ନିର୍ଦ୍ଦେଶକଙ୍କ ୧ କୋଟି ୪୧ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି ।

ଆଜି ସୁନ୍ଦରଗଡ଼ ରାଜଗାଙ୍ଗପୁର ବ୍ଳକ କୁକୁଡ଼ା ସମବାୟ ସମିତି ପରିଚାଳନା ନିର୍ଦ୍ଦେଶକ ପରୀକ୍ଷିତ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ପରୀକ୍ଷିତଙ୍କ ଭାତପଡ଼ାରେ ରହିଛି ୩ ମହଲା ଘର ଓ ଗୋଟିଏ ପ୍ଲଟ । ଗୋଟିଏ ଚାରି ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ରହିଛି । ଏତିସହ ୧୬ ଲକ୍ଷ ୭ ହଜାର ଟଙ୍କାର ବ୍ୟାଙ୍କ ଜମା ଓ ଫିକ୍ସ ଡିପୋଜିଟ୍ ରହିଛି ।

୮ ଲକ୍ଷ ୨୧ ହଜାର ଟଙ୍କାର ଇନ୍ସ୍ୟୁରାନ୍ସ ଜମା, ୧୪ ଲକ୍ଷ ୨୪ ହଜାର ଟଙ୍କାର ଘର କରଣା ସାମଗ୍ରୀ ରହିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋରେ ଭିଜିଲାନ୍ସ ଚଢାଉ କରିଥିଲା। ୩ ଜଣ ଡ଼ିଏସପି ଓ ୪ ଜଣ ଇନ୍ସ୍ପେକ୍ଟରଙ୍କୁ ନେଇ ହୋଇଥିଲା ଚଢାଉ । ପରୀକ୍ଷିତ ସାହୁ ୧୯୯୫ ମସିହାରୁ ଏହି ଲ୍ୟାମ୍ପରେ କାମ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.