ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ରାଜରାସ୍ତାରେ ସ୍କୁଲ ଛାତ୍ରୀ

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ରାଜରାସ୍ତାରେ ସ୍କୁଲ ଛାତ୍ରୀ । ଖାରାରେ ରାସ୍ତା ଅବରୋଧ କରି ଧାରଣାରେ ବସିଲେ ଶତାଧିକ ଛାତ୍ରୀ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଳକ ପାଇକବାସା ଗ୍ରାମରେ ।

ମୟୁରଭଞ୍ଜ (କେନ୍ୟୁଜ): ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ରାଜରାସ୍ତାରେ ସ୍କୁଲ ଛାତ୍ରୀ । ଖାରାରେ ରାସ୍ତା ଅବରୋଧ କରି ଧାରଣାରେ ବସିଲେ ଶତାଧିକ ଛାତ୍ରୀ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଳକ ପାଇକବାସା ଗ୍ରାମରେ । ପାଇକବସା ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଥା ସିଆର୍ସିସି ରୁପାଲୀ ରୁପାନ୍ୱିତା ପଣ୍ଡାଙ୍କ ବଦଳି ବାତିଲ ଦାବି କରି ଆନ୍ଦୋଳନରେ ବସିଛନ୍ତି ଛାତ୍ରୀ ମାନେ ।

ଏହି ଛାତ୍ରୀମାନେ ବାରିପଦା ଉଦଳାର ରାଜପଥ ଅବରୋଧ କରି ଆନ୍ଦୋଳନ କରୁଛନ୍ତି । ତେବେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଏ ସମ୍ପର୍କରେ ଜାଣି ନ ଥିବା କହିଛନ୍ତି । ସେ ସ୍କୁଲ ଆସି ଦେଖିବା ବେଳେକୁ ଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି କହିଛନ୍ତି । ଗତକାଲି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଥା ସିଆର୍ସିସିଙ୍କ ବଦଳି ଆଦେଶ ଆସିଛି ।

ଆଉ ଆଜି ଏଭଳି ଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇବା ଏକ ସୁଚିନ୍ତିତ ଯୋଜନା ବୋଲି ଜଣାପଡୁଛି । ସବୁଠାରୁ ବଡ କଥା ହେଲା ଘଣ୍ଟା ପରେ ଘଣ୍ଟା ଖରାରେ ଛାତ୍ରୀ ମାନେ ରାଜପଥ ଉପରେ ବସି ଆନ୍ଦୋଳନ କରିବା କେତେ ଯୁକ୍ତିଯୁକ୍ତ । ତେବେ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଛାତ୍ରୀ ମାନେ । ଘଟଣାର ଉପଯୁକ୍ତ ତଦନ୍ତ କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.