ଘରୋଇ କଳହର କରୁଣ ପରିଣତି: ବିଷ ପିଇଲେ ପୁଅ, ବୋହୂ ଓ ଶାଶୁ

ଆନନ୍ଦପୁର(କେନ୍ୟୁଜ୍): ଘରୋଇ କଳହର କରୁଣ ପରିଣତି। ବିଷ ପିଇଲେ ପୁଅ ବୋହୂ ଓ ଶାଶୁ। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ପଦନା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ଘରୋଇ କଳହକୁ କେନ୍ଦ୍ର କରି ପ୍ରଦୀପ ସାହୁଙ୍କ ସମେତ ତାଙ୍କ ସ୍ତ୍ରୀ ଓ ମା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
କଳହକୁ କେନ୍ଦ୍ର କରି ଏକା ସାଙ୍ଗରେ ତିନି ଜଣ ବିଷ ପିଇ ଦେଇଥିଲେ। ସୂଚନା ମୁତାବକ, ପ୍ରଦୀପ ଦେଢ଼ ବର୍ଷ ତଳେ ଘଷିପୁରା ଅଞ୍ଚଳର ରଞ୍ଜୁଲତାଙ୍କୁ ବିବାହ କରିଥିଲେ। ଦମ୍ପତିଙ୍କ ମଧ୍ୟରେ ପ୍ରାୟତଃ ଝଗଡା ଲାଗି ରହୁଥିବାବେଳେ ଗତକାଲି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସମସ୍ତଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲରେ ଭର୍ତି କରିବା ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।