ଶନିବାର ସଂଧ୍ୟାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ହେଉଛି: SRC

କେନ୍ୟୁଜ୍(ବ୍ୟୁରୋ):  ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା । ଲଗାଣ ବର୍ଷା ପରେ ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇଛି । ପର୍ଯ୍ୟାୟକ୍ରମେ ହୀରାକୁଦ ଗେଟ୍‌ ଖୋଲାଯାଇ ଜଳ ନିଷ୍କାସିତ ହେଉଛି । ଏହାଦ୍ୱାର ମହାନଦୀ ସଂଲଗ୍ନ ତଳିଆ ଅଞ୍ଚଳରେ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି । ମୁଣ୍ଡୁଳୀରେ ଶନିବାର ସକାଳ ସୁଦ୍ଧା ୮ ଲକ୍ଷ କ୍ୟୁକେସ୍‌ ବନ୍ୟା ପାଣି ପ୍ରବାହିତ ହେବ । ଏହାଦ୍ୱାରା ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ।

ଶନିବାର ସଂଧ୍ୟାରେ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲା ଦେଇ ଅତିକ୍ରମ କରିବ ବନ୍ୟା ଜଳ । ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ମୁକାବିଲା ପାଇଁ ଆଲର୍ଟ କରାଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ୬ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ପୁରୀକୁ ଓଡ୍ରାଫ, ଏନଡିଆରଏଫ୍‌, ଅଗ୍ନିଶନ ବାହିନୀ ଟିମ୍‌ ପଠାଯାଇଛି ।

୩୦ଟି ଓଡ୍ରାଫ, ୧୨ଟି ଏନଡିଆରଏଫ୍‌ ଓ ୧୦ଟି ଅତିରିକ୍ତ ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି । ଏବେ ହୀରାକୁଦର ୨୮ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ରହିଛି ୬୨୮.୬୫ ଫୁଟ୍‌। ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୫ ଲକ୍ଷ ୨୦ ହଜାର ୪୫୭ କ୍ୟୁସେକ ପାଣି ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ ୪ ଲକ୍ଷ ୮୦ ହଜାର ୬୯୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.