ଆଜି ହରିଶୟନ ଏକାଦଶୀ: ୪ ମାସ ଧରି ଚାଲିବ ମହାପ୍ରଭୁଙ୍କ ଶୟନଯାତ୍ରା, ଏହି ସମୟରେ ନିଷିଦ୍ଧ ରହିବ ସମସ୍ତ ମାଙ୍ଗଳିକ କାର୍ଯ୍ୟ

ପୁରୀ: ଆଜି ହରିଶୟନ ଏକାଦଶୀ । ଆଜିଠାରୁ ମହାପ୍ରଭୁଙ୍କ ଶୟନଯାତ୍ରା ୪ ମାସ ଧରି ଚାଲିବ । ଏହି ସମୟରେ ମହାପ୍ରଭୁ ନିଦ୍ରା ଯାଇ କାର୍ତ୍ତିକ ବଡ଼ ଏକାଦଶୀ ତିଥିରେ ଉଠିବେ । ସନାତନ ଧର୍ମରେ ଏହି ସମୟ ୪ ମାସରେ ଶୁଭ ବା ମାଙ୍ଗଳିକ କାର୍ଯ୍ୟ ନିଷିଦ୍ଧ ଥାଏ । ସାଧାରଣତଃ ଆଷାଢ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ବଡ ଏକାଦଶୀ ୪ ମାସ ଶୟନ ଯାତ୍ରାର ସମୟ ।

ତେବେ ଚଳିତବର୍ଷ ଆଶ୍ୱୀନ ମାସ ମଳ ମାସ ପଡୁଥିବାରୁ ଏହା ଶ୍ରାବଣ ମାସରେ ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରେ ଏହି ଶୟନ ଯାତ୍ରା ନୀତି ପାଇଁ ଶୟନ ଠାକୁରଙ୍କୁ ରତ୍ନସିଂହସନକୁ ଅଣାଯିବ । ସେଠାରେ ମହାସ୍ନାନ ନୀତି କରାଯାଇ ଶୟନ ଠାକୁରଙ୍କୁ ପୂଜାପଣ୍ଡା ସାମନ୍ତମାନେ ଭଣ୍ଡାର ଦୁଆରକୁ ନେବା ପରେ ଶୟନ ନୀତି ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.