Browsing Tag

britain

ବ୍ରିଟେନ୍‌ରେ ଟମାଟୋ ନାହିଁ, ସୋସିଆଲ ମିଡିଆରେ ଲୋକେ ପୋଷ୍ଟ କରୁଛନ୍ତି ଖାଲି ସୁପର ମାର୍କେଟ୍‌ର ଫଟୋ

ଆର୍ଥିକ ସଙ୍କଟରେ ଜୁଝି ହେଉଥିବା ପାକିସ୍ତାନରେ ଅନେକ ବାର ଟମାଟୋ ଅଭାବର ଖବର ସାମ୍ନାକୁ ଆସିଛି। କିନ୍ତୁ କ’ଣ ଆପଣ ୟୁରୋପର କୌଣସି ଦେଶରେ ଟମାଟୋ ଅଭାବ ବିଷୟରେ ଶୁଣିଛନ୍ତି କି? ଟମାଟୋ ଅଭାବର ଏହି ଖବର ଲକ୍‌ଜମବର୍ଗ କିମ୍ବା ସ୍ୟାନ୍‌ ମେରିନୋ ଭଳି ଛୋଟ ୟୁରୋପିଆନ୍‌ ଦେଶରୁ ନୁହେଁ, ବରଂ…

ସିଟ୍‌ ବେଲ୍ଟ ବାନ୍ଧିନଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜରିମାନା ଲାଗିବା ପରେ ନିଜ ଭୁଲ ସ୍ୱୀକାର କଲେ

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କାର୍‌ ସିଟ୍‌ ବେଲ୍ଟ ବାନ୍ଧିନଥିବାରୁ ଜରିମାନା ଦେଇଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପୋଲିସ ୧୦୦ପାଉଣ୍ଡର ଜରିମାନା ଲଗାଇଛି। ବ୍ରିଟେନ୍ର ଟ୍ରାଫିକ୍ ପୋଲିସ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛି। ସୁନକ କାର୍‌ରେ ସିଟ୍‌ ବେଲ୍ଟ କାଢି ସୋସିଆଲ…

ବ୍ରିଟେନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲା ପଢ଼ିବେ ଗଣିତ ପାଠ! ରିଷି ସୁନକ ବହୁତ ଜଲ୍‌ଦି କରିପାରନ୍ତି ଘୋଷଣା

ବ୍ରିଟେନର ସମସ୍ତ ଛାତ୍ର ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଗଣିତ ଅଧ୍ୟୟନ କରିବେ। ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକ ବର୍ତ୍ତମାନ ଏହି ଯୋଜନା ଉପରେ ବିଚାର କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ୨୦୨୩ର ପ୍ରଥମ ଭାଷଣ ପୂର୍ବରୁ ସାମ୍ବାଦିକମାନଙ୍କୁ ଦିଆଯାଇଥିବା ସୂଚନା ଅନୁସାରେ, ଭାରତୀୟ ମୂଳ…

ବ୍ରିଟିଶ ରାଜ ପରିବାରରେ ମାରପିଟ! ରାଣୀ ଏଲିଜାବେଥ୍‌ଙ୍କ ଦୁଇ ନାତିଙ୍କ ମଧ୍ୟରେ ହାତାହାତି; ପ୍ରିନ୍ସ ହ୍ୟାରି କହିଲେ,…

ପ୍ରିନ୍ସ ହ୍ୟାରି ନିଜ ଆତ୍ମଜୀବନୀ ପୁସ୍ତକ 'ସ୍ପେୟର'ରେ ବ୍ୟକ୍ତିଗତ ଜୀବନର ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ଖୁଲାସା କରିଛନ୍ତି। ଏହି ପୁସ୍ତକ ୧୦ ଜାନୁଆରୀରେ ପ୍ରକାଶିତ ହେବାକୁ ଯାଉଛି। ହ୍ୟାରି ନିଜ ବଡ଼ ଭାଇ ପ୍ରିନ୍ସ ୱିଲିୟମଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହି…

ଇଂଲଣ୍ଡରେ ଭାରତୀୟ ନର୍ସ ଏବଂ ଦୁଇ ପିଲାଙ୍କୁ ହତ୍ୟା, ସ୍ୱାମୀକୁ ଗିରଫ କଲା ପୋଲିସ

ଇଂଲଣ୍ଡର ନର୍ଥମ୍ପଟନରେ ଭାରତୀୟ ବଂଶୋଦ୍ଭବ ନର୍ସ ଏବଂ ତାଙ୍କର ଦୁଇ ପିଲାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି । ପୋଲିସ ଏହି ଘଟଣାରେ ପ୍ରାଥମିକ ତଦନ୍ତ କରି ସନ୍ଦିଗ୍ଧ ସ୍ୱାମୀଙ୍କୁ ଗିରଫ କରିଛି । ମହିଳା ଜଣକ କେଟାରିଂ ଜେନେରାଲ ହସପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ୬ ଏବଂ ୪…

ଏବେଠୁ ସାପ୍ତାହିକ କାମ ମାତ୍ର ୪ ଦିନ! ୧୦୦ କମ୍ପାନୀ ଲାଗୁ କଲେ ଚାରି ଦିନିଆ ଓ୍ଵାର୍କିଂ ଓ୍ଵିକ୍‌; ଆହୁରି ୭୦ କମ୍ପାନୀ…

ବ୍ରିଟେନର ଅର୍ଥବ୍ୟବସ୍ଥା ବର୍ତ୍ତମାନ ବିପର୍ଯ୍ୟସ୍ତ ହୋଇପଡିଛି। ଏହାକୁ ପୁନଃରୁଦ୍ଧାର କରିବା ପାଇଁ ରିଷି ସୁନକ ସରକାର ଲଗାତାର ପ୍ରୟାସ ଜାରି ରଖିଛି। ଏହି ସଙ୍କଟ ଭିତରେ ବ୍ରିଟେନର ୧୦୦ କମ୍ପାନୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଠାକାର କମ୍ପାନୀଗୁଡିକ ବେତନ ନ କାଟି ସମସ୍ତ କର୍ମଚାରୀଙ୍କ ପାଇଁ…

ବ୍ରିଟେନରେ ଆସିଗଲା କି ଆର୍ଥିକ ମାନ୍ଦାବସ୍ଥା! ଅର୍ଥନୀତିକୁ ସୁଧାରିବା ପାଇଁ ରିଷି ସୁନକଙ୍କ ବଡ଼ ଘୋଷଣା, ଉଠାଇଲେ ଏହି…

ବ୍ରିଟେନ ଆର୍ଥିକ କ୍ଷେତ୍ରରେ ସଂଘର୍ଷ କରୁଛି। ଏହାର ଅର୍ଥବ୍ୟବସ୍ଥା ସଙ୍କୁଚିତ ହେବାରେ ଲାଗିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ରିଷି ସୁନକ ଆର୍ଥିକ ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ଅନେକ ପଦକ୍ଷେପ ଉଠାଇବାକୁ ଘୋଷଣା କରିଛି। ବ୍ରିଟିଶ ସରକାର ୫୫,୦୦୦ କୋଟି ପାଉଣ୍ଡର ରାଜକୋଷୀୟ ଯୋଜନା…

ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍‌ ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ! ଶହେରୁ ଅଧିକ ସାଂସଦଙ୍କ ସମର୍ଥନ

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ରିଷି ସୁନକ୍‌ । ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍‌ ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ। ଇନଫୋସିସ୍‌ ପ୍ରତିଷ୍ଠାତା ଏନ ଆର ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ ରିଷି ସୁନକ । ରିଷି ସୁନକ୍‌ ପୂର୍ବରୁ ବ୍ରିଟେନ ଅର୍ଥମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ପାଇଁ…

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ସବୁଠୁ ଆଗରେ ମୂଳ ଭାରତୀୟ ରିଷି ସୁନକ, ୧୦୦ ନେତାଙ୍କ ମିଳିଲା ସମର୍ଥନ

ନୂଆଦିଲ୍ଲୀ : ଲିଜ ଟ୍ରସ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କିଏ ହେବ ନୂଆ ପ୍ରଧାନମନ୍ତ୍ରୀ, ତାକୁ ନେଇ ଆରମ୍ଭ ହୋଇଛି ଅଙ୍କ କସା । ଏହାକୁ ନେଇ ପୁଣିଥରେ ବ୍ରିଟେନରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି । ତେବେ କଂଜରଭେଟିଭ ପାର୍ଟିର ଶହେ ନେତା ରିଷିଙ୍କୁ ସମର୍ଥନ ଦେବା ପରେ…

ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଲିଜ୍‌ ଟ୍ରସ୍‌ଙ୍କ ଇସ୍ତଫା; ମାତ୍ର ୪୫ ଦିନରେ ଛାଡ଼ିବାକୁ ପଡ଼ିଲା ଗାଦି

ଲିଜ୍‌ ଟ୍ରସ୍‌ଙ୍କ ଇସ୍ତଫା। ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଲିଜ୍‌ ଟ୍ରସ୍‌ ଇସ୍ତଫା ଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ମାତ୍ର ୪୫ ଦିନର ରହିଛି। ଅନେକ ଦିନରୁ ଅନୁମାନ କରାଯାଉଥିଲା କି, ସେ ଇସ୍ତଫା ଦେଇ ପାରନ୍ତି। ଆଉ ଏବେ ସେ ନିଷ୍ପତ୍ତି ନେଇ ସାରିଛନ୍ତି। ଇସ୍ତଫା ପରେ ଲିଜ୍‌ ଟ୍ରସ୍‌ ନିଜ…

୧୯ ସେପ୍ଟେମ୍ବରରେ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର; ୪ ଦିନ ଧରି ଶେଷ ଦର୍ଶନ କରି ପାରିବେ ଜନତା

ବ୍ରିଟେନରେ ରାଜା ଚାର୍ଲସ୍‌ ତୃତୀୟଙ୍କ ରାଜ୍ୟାଭିଷେକ ସହିତ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ବକିଙ୍ଗହମ୍ ପ୍ୟାଲେସ୍ ତରଫରୁ ସୂଚନା ଦିଆଯାଇଛି ଯେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନର ସହିତ କରାଯିବ। ଆସନ୍ତା ସୋମବାର ୧୯ ସେପ୍ଟେମ୍ବରରେ ୱେଷ୍ଟମିନଷ୍ଟର ଆବେରେ…

ଲିଜ୍‌ ଟ୍ରସ୍‌ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ; ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ଦେଲେ ମାତ୍‌

ଲିଜ୍‌ ଟ୍ରସ୍‌ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ। ସେ ଭାରତୀୟ ମୂଳର ଋଷି ସୁନକଙ୍କୁ ବହୁତ ପଛରେ ପକାଇ ବିଜୟ ହାସଲ କରିଛନ୍ତି। ଶେଷ ପର୍ଯ୍ୟାୟରେ ଲିଜ୍‌ ଟ୍ରସ୍‌ଙ୍କୁ ୮୧ ହଜାର ୩୨୬ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଋଷି ସୁନକଙ୍କୁ ମିଳିଥିଲା ୬୦ ହଜାର ୩୯୯ ଖଣ୍ଡ ଭୋଟ୍‌। ସର୍ଭେରେ ବି…