Browsing Tag

pakistan news

ଇମ୍ରାନ ଖାନଙ୍କୁ ପୁଣି ଏକ ଝଟ୍‌କା, ପତ୍ନୀ ବୁଶରା ବିବିଙ୍କ ସହିତ ୧୪ ବର୍ଷର ଜେଲ୍‌ ଦଣ୍ଡାଦେଶ

ପାକିସ୍ତାନରେ ଫେବୃୟାରୀ ୮ରେ ହେବ ନିର୍ବାଚନ । ଏହି ନିର୍ବାଚନର କିଛି ଦିନ ପୂର୍ବରୁ ଇମ୍ରାନ ଖାନଙ୍କୁ ପୁଣିଥରେ ଦଣ୍ଡିତ କରାଯାଇଛି । ସାଇଫର୍‌ (Cipher) ମାମଲାରେ ୧୦ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଯିବା ପରେ ଏବେ ପୁଣି ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୧୪ ବର୍ଷର ଏହି କଠୋର…

ପାକିସ୍ତାନ କ୍ରିକେଟ୍‌ ବୋର୍ଡକୁ ବଡ଼ ଝଟ୍‌କା, ଏକାବେଳେ ଇସ୍ତଫା ଦେଲେ ୩ ବିଦେଶୀ କୋଚ୍‌

ପାକିସ୍ତାନ କ୍ରିକେଟ ଟିମ୍‌ (ପିସିବି)ରେ ବିବାଦ ଥମିବାର ନାଁ ଧରୁନାହିଁ । ଏସିଆ କପ୍‌ ୨୦୨୩ ପରଠାରୁ ଟିମ୍‌ ମଧ୍ୟ ଲଗାତାର ନୈରାଶ୍ୟଜନକ ପ୍ରଦର୍ଶନ କରୁଛି । ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ପାକିସ୍ତାନ ଟିମ୍‌ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ୦-୩ରେ ପଛୁଆ ରହିଛି । ଏହାରି ଭିତରେ ଏକ…

ପାକିସ୍ତାନରେ ପ୍ରଥମ ଥର ନିର୍ବାଚନ ଲଢ଼ିବେ ହିନ୍ଦୁ ମହିଳା, ନାମାଙ୍କନ ଭରିଲେ ସଭେରା ପ୍ରକାଶ

ପାକିସ୍ତାନରେ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରଥମ ଥର ଜଣେ ହିନ୍ଦୁ ମହିଳା ନିର୍ବାଚନ ଲଢ଼ିବେ। ତାଙ୍କ ନାମ ସଭେରା ପ୍ରକାଶ। ଦେଶରେ ୧୬ଶ ନ୍ୟାସନାଲ ଆସେମ୍ବ୍ଲି ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀ ନିଜର ନାମାଙ୍କନ ଭରିବା ମଧ୍ୟ…

ପାକିସ୍ତାନରେ ଲାମିନେସନ କାଗଜର ଘୋର ଅଭାବ, ତିଆରି ହୋଇପାରୁ ନାହିଁ ପାସ୍‌ପୋର୍ଟ

ପାକିସ୍ତାନରେ ସ୍ଥିତି ସୁଧୁରିବାର ନାମ ନେଉନାହିଁ। ବିଜୁଳି-ପାଣିରୁ ନେଇ ଅଟା-ଡାଲି, ଗ୍ୟାସ୍‌ରୁ ନେଇ ଔଷଧ, ସବୁଥିରେ ଦେଖାଦେଇଛି ଅଭାବ। ମହଙ୍ଗା ମାଡ଼ ସହ ଜୁଝି ହେଉଥିବା ପାକିସ୍ତାନ ପାଇଁ ଏବେ ଆଉ ଏକ ବଡ଼ ସମସ୍ୟା ଉପୁଜିଛି। ଏ ଛୋଟିଆ ଜିନିଷ ପାଇଁ ବଡ଼ କାମ ଅଟକି ଯାଉଛି। ଦେଶରେ ଲାମିନେସନ୍…

ହମାସ୍‌କୁ ସମର୍ଥନ ଜଣାଇଲେ ପାକିସ୍ତାନର ଶୀର୍ଷ ନେତା; କହିଲେ, ଇସ୍ରାଏଲ୍‌ ବିରୁଦ୍ଧରେ ଏକଜୁଟ୍‌ ହେବା ମୁସଲମାନ ଦେଶର…

ହମାସ୍‌ର ବିନାଶ ପାଇଁ ଇସ୍ରାଏଲ୍ କ୍ରମାଗତ ଭାବରେ ନିଜର ଆକ୍ରମଣକୁ ଜୋରଦାର କରୁଛି। ଗାଜା ଉପରେ ଚାଲିଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ମୁସଲମାନ ଦେଶ ଆତଙ୍କବାଦୀ ଗୋଷ୍ଠୀ ହମାସକୁ ସମର୍ଥନ କରୁଛନ୍ତି। ଏହାରି ଭିତରେ ପାକିସ୍ତାନ ମଧ୍ୟ ହମାସ ସହିତ ଛିଡା ହୋଇଛି। ପାକିସ୍ତାନର ଜମିୟତ୍‌…

ନିଜ ପିଲାଛୁଆ ଛାଡ଼ି ପାକିସ୍ତାନ ପଳାଇଥିବା ଅଞ୍ଜୁ ଶୀଘ୍ର ଫେରିବେ ଭାରତ, ପାକ୍‌ ସରକାର ଦେଲେ ମଞ୍ଜୁରୀ

ଭାରତ ଫେରିବେ ଅଞ୍ଜୁ। ଫେସବୁକରୁ ପ୍ରେମ କରି ପାକିସ୍ତାନୀ ପ୍ରେମିକଙ୍କୁ ବିବାହ କରିଥିବା ଅଞ୍ଜୁ ଖୁବ୍‌ ଶୀଘ୍ର ଭାରତ ଫେରିବେ। ଏ ନେଇ ପାକିସ୍ତାନ ସରକାରଙ୍କ ପାଖରୁ ମଞ୍ଜୁରୀ ମିଳିଛି ବୋଲି ସୂଚନା ଦେଇଛନ୍ତି ଅଞ୍ଜୁଙ୍କ ପାକିସ୍ତାନୀ ସ୍ୱାମୀ ନସରୁଲ୍ଲାହା। ଅଞ୍ଜୁ ତାଙ୍କ ପିଲାଙ୍କୁ ଖୁବ୍‌…

ପାକିସ୍ତାନରେ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା ବି ବିପଦ! ଜଣେ ମହିଳାଙ୍କ ସମେତ ୪ ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରି…

ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ପୋଲିଓ ବିରୋଧୀ ଟୀକାକରଣ ଟିମ୍‌କୁ ଅପହରଣ କରି ନିଆଯାଇଛି। ଏହି ଟିମ୍‌ରେ ଜଣେ ମହିଳାଙ୍କ ସମେତ ୪ ଜଣ ସ୍ୱାସ୍ଥ୍ୟକର୍ମୀ ଥିଲେ। ଯଦିଓ ପରେ ପୋଲିସ କଠୋରତା ଦେଖାଇବାରୁ ଦୁଇ ଜଣଙ୍କୁ ମୁକ୍ତ କରାଯାଇଛି। ଅନ୍ୟ ଦୁଇ…

ପାକିସ୍ତାନର ସବୁଠୁ ବଡ଼ ପରମାଣୁ ପ୍ଲାଣ୍ଟ ନିକଟରେ ଭୟଙ୍କର ବିସ୍ଫୋରଣ, ୧୧ ବର୍ଷ ଧରି ମିଳୁଥିଲା ଧମକ

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ। ପରମାଣୁ ପ୍ଲାଣ୍ଟ ନିକଟରେ ବିସ୍ଫୋରଣ ହୋଇଥିବା ସୂଚନା। ଦେଶର ଡେରା ଗାଜି ଖାନ୍‌ ଅଞ୍ଚଳରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ସ୍ଥାନରୁ ଅଳ୍ପ ଦୂରରେ ପାକ୍‌ର ସବୁଠାରୁ ବଡ଼ ସୈନ୍ୟ ପରମାଣୁ ପ୍ଲାଣ୍ଟ ରହିଛି। ଏହି ସୈନ୍ୟ ପରମାଣୁ ପ୍ଲାଣ୍ଟ ଟିଟିପିର…

ପାକିସ୍ତାନର ବଲୁଚିସ୍ତାନରେ ବଡ଼ ବିସ୍ଫୋରଣ: ଡିଏସ୍‌ପିଙ୍କ ସମେତ ୫୨ ମୃତ, ୧୦୦ ଆହତ

ପାକିସ୍ତାନର ବଲୁଚିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୫୨ ଜଣଙ୍କ ମୃତ୍ୟୁ ହୋଇଛି। ୧୦୦ ଜଣ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲାରେ ଅଲ୍‌-ଫଲାହ ମସ୍‌ଜିଦ ନିକଟରେ…

ପାକିସ୍ତାନ: ଖେଳଣା ଭାବି ରକେଟ୍‌ ସେଲ୍‌ରେ ଖେଳୁଥିଲେ ପିଲା, ବିସ୍ଫୋରଣରେ ୫ ପିଲାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ

ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଏକ ଦୁଃଖଦାୟକ ଘଟଣା ଘଟିଛି। ବୁଧବାର ଏଠାରେ ଏକ ଭୟଙ୍କର ବିସ୍ଫୋରଣରେ ଗୋଟିଏ ପରିବାରର ୫ ପିଲାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ମୁତାବକ, ପିଲାମାନେ ଘର ବାହାରେ ଏକ ରକେଟ୍‌ ସେଲ୍‌ ପାଇଥିଲେ, ଯାହାକୁ ସେମାନେ ଖେଳଣା ଭାବି ଘର ଭିତରକୁ…

ପାକିସ୍ତାନରେ ୨୦୨୪ ଜାନୁୟାରୀରେ ହେବ ସାଧାରଣ ନିର୍ବାଚନ, ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ପାକିସ୍ତାନରେ ୨୦୨୪ ଜାନୁୟାରୀ ଶେଷ ସପ୍ତାହରେ ହେବ ସାଧାରଣ ନିର୍ବାଚନ। ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି)ଙ୍କ ତରଫରୁ ଗୁରୁବାର ଏହି ଘୋଷଣା କରାଯାଇଛି। ନିର୍ବାଚନ ଆୟୋଗ ଏକ ବୟାନ ଜାରି କରି କହିଛି, ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ନେଇ ସମୀକ୍ଷା କରାଯାଇଛି। ନିଷ୍ପତ୍ତି ମୁତାବକ,…

ଇମ୍ରାନ ଖାନଙ୍କୁ ଇସ୍‌ଲାମାବାଦ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି, ତୋଷଖାନା ମାମଲାରେ ଜେଲ୍‌ରୁ ମୁକ୍ତ କରିବାକୁ ଆଦେଶ

ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନ ଖାନ୍‌ଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଇସ୍‌ଲାମାବାଦ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିବାକୁ ଯାଇ ତାଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ହାଇକୋର୍ଟ ନିମ୍ନ…