Browsing Tag

plane crashed

ସୁଦାନ ବିମାନବନ୍ଦରରେ ପ୍ଲେନ୍‌ କ୍ରାସ୍‌, ୪ ଯବାନଙ୍କ ସମେତ ୯ ମୃତ

ସୁଦାନ ବିମାନବନ୍ଦରରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ସିଭିଲ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ସେନାକର୍ମୀ ଅଛନ୍ତି। ସୁଦାନ ସେନା କହିଛି ଯେ ବୈଷୟିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ ଜଣେ କୁନି ଝିଅର ଜୀବନ…

କାଲିଫର୍ଣ୍ଣିଆରେ ଅବତରଣ ପୂର୍ବରୁ ବିମାନ ହେଲା କ୍ରାସ୍‌, ଦୁର୍ଘଟଣାରେ ୬ ଲୋକଙ୍କ ମୃତ୍ୟୁ

କାଲିଫର୍ଣ୍ଣିଆ ବିମାନବନ୍ଦର ନିକଟରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଯୋଗୁ ବିମାନରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ମୁତାବକ, ଏହି ଦୁର୍ଘଟଣା ଲସ୍ ଏଞ୍ଜେଲ୍ସଠାରୁ ପ୍ରାୟ ୧୩୦ କିଲୋମିଟର…

କାଲିଫର୍ଣ୍ଣିଆରେ ଉଡ଼ିବାର କିଛି ସମୟ ପରେ ଓଲଟା ହୋଇ ଖସିପଡ଼ିଲା ବିମାନ; ଜଣେ ଯାତ୍ରୀ ମୃତ, ୩ ଆହତ

ଆମେରିକାର କାଲିଫର୍ଣ୍ଣିଆରେ ଏକ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ଦକ୍ଷିଣ କାଲିଫର୍ଣ୍ଣିଆରେ ବିମାନଟି ଉଡ଼ିବାର କିଛି ସମୟ ପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…

ନେପାଳ ବିମାନ ଦୁର୍ଘଟଣା: ଏବେ ବି ମୃତଦେହକୁ ଅପେକ୍ଷା କରିଛନ୍ତି ପରିଜନ, କେବଳ ଆସିଛି ଜଣେ ଭାରତୀୟଙ୍କ ମୃତଦେହ

ନେପାଳ ବିମାନ ଦୁର୍ଘଟଣାରେ ଜୀବନ ହାରିଥିବା ୫ ଭାରତୀୟଙ୍କ ମଧ୍ୟରୁ ୪ ଭାରତୀୟଙ୍କ ପରିବାର ଏବେଯାଏଁ ମୃତଦେହକୁ ଅପେକ୍ଷା କରି ରହିଛନ୍ତି। ଦୁର୍ଘଟଣା ହେବାର ୮ ଦିନ ବିତିଗଲାଣି। ତଥାପି ଭାରତୀୟଙ୍କ ମୃତଦେହକୁ ଏପର୍ଯ୍ୟନ୍ତ ପରିବାରକୁ ହସ୍ତାନ୍ତର କରାଯାଇନାହିଁ । ମଙ୍ଗଳବାର ଠାରୁ ନେପାଳୀ…

ନେପାଳ ଦୁର୍ଘଟଣା ବିମାନର ବ୍ଲାକବକ୍ସ ମିଳିଲା; ଏବେ ଜଣାପଡିବ ପ୍ରକୃତ କାରଣ, ଏଯାଏ ମିଳିନି ୪ଟି ମୃତଦେହ

ନେପାଳର ପୋଖରାରେ ହୋଇଥିବା ବିମାନ ଦୁର୍ଘଟଣା ପରେ ୟେତି ବିମାନର ବ୍ଲାକବକ୍ସ ମିଳିଛି । ଏବେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଜଣାପଡିବ। ଆଜି ଉଦ୍ଧାରକାରୀ ଦଳ ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାସ୍ଥଳରୁ ବ୍ଲାକବକ୍ସକୁ ଠାବ କରିଛନ୍ତି। ବିମାନର ବ୍ଲାକବକ୍ସରେ…

ନେପାଳ ବିମାନ ଦୁର୍ଘଟଣାରେ ସମସ୍ତ ୭୨ ଜଣଯାତ୍ରୀ ମୃତ: ମୃତକଙ୍କ ମଧ୍ୟରେ ୫ ଭାରତୀୟ, ଜାରି ହେଲା ହେଲ୍ପଲାଇନ ନମ୍ବର

ନେପାଳର ପୋଖରାରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ସମସ୍ତ ୭୨ ଜଣଯାତ୍ରୀଙ୍କର ମୃତ୍ୟୁ ହୋଇଛି।  ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଧ୍ୱଂସାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି। ୭୨ ସିଟ୍ ବିଶିଷ୍ଟ ୟେତି ATR- ୭୨ ବିମାନରେ ୬୮…

ମଧ୍ୟପ୍ରଦେଶ: ମନ୍ଦିରରେ ମାଡ଼ ହୋଇ ଖଣ୍ଡବିଖଣ୍ଡିତ ହେଲା ବିମାନ, ପାଇଲଟ ମୃତ, ଜଣେ ଆହତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ରେଓ୍ଵା ଜିଲ୍ଲାରେ ବିମାନ ଦୁର୍ଘଟଣା । ମନ୍ଦିରରେ ମାଡ଼ ହୋଇ ଖଣ୍ଡବିଖଣ୍ଡିତ ହେଲା ବିମାନ। ଦୁର୍ଘଟଣାରେ ପାଇଲଟ ମୃତ, ଜଣେ ଆହତ । ବିମାନଟି ଏକ ପାଇଲଟ ଟ୍ରେନିଂ କମ୍ପାନୀର । ଟ୍ରେନିଂ ବେଳେ ମନ୍ଦିରର ଉପରି ଭାଗରେ ମାଡ଼ ହୋଇଯାଇଥଲା ବିମାନ । ଖରାପ ପାଣିପାଗ ଯୋଗୁ…

ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଦମ୍ପତି ଉଠାଇଲେ ନିଜର ସେଲ୍ଫି, ସେୟାର ହେଉଣୁ ସୋସିଆଲ ମିଡିଆରେ…

ବିମାନ ଦୁର୍ଘଟଣାରୁ ବର୍ତ୍ତିବାର ତୁରନ୍ତ ପରେ ଏକ ଦମ୍ପତି ନିଜର ସେଲ୍ଫି ଉଠାଇ ତାହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେଲ୍ଫିର ବ୍ୟାକ୍‌ଗ୍ରାଉଣ୍ଡରେ କ୍ଷତିଗ୍ରସ୍ତ ବିମାନ ଦେଖାଯାଉଛି। ସେମାନେ ଫଟୋର କ୍ୟାପସନ ଲେଖିଛନ୍ତି, ‘ଯେତେବେଳେ ଜୀବନ ଆପଣଙ୍କୁ ଦ୍ୱିତୀୟ ମଉକା ଦେଇଥାଏ’। ତେବେ…

ତାଞ୍ଜାନିଆରେ ବଡ଼ ବିମାନ ଦୁର୍ଘଟଣା! ଲ୍ୟାଣ୍ଡିଂ ବେଳେ ହ୍ରଦରେ ଖସି ପଡ଼ିଲା ଯାତ୍ରୀବାହୀ ପ୍ଲେନ୍‌

ତାଞ୍ଜାନିଆରେ ରବିବାର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କୁହାଯାଉଛି କି, ଯାତ୍ରୀ ବିମାନ ଲ୍ୟାଣ୍ଡିଂ ସମୟରେ ଉତ୍ତର-ପଶ୍ଚିମ ସହର ବୁକୋବାର ଏୟାରପୋର୍ଟ ପାର୍ଶ୍ୱ ହ୍ରଦରେ ଖସି ପଡ଼ିଥିଲା। ବୁକୋବା ଏୟାରପୋର୍ଟର ରନ୍‌େଓ୍ଵର ଏକ ଭାଗ ଆଫ୍ରିକାର ସବୁଠାରୁ ବଡ଼ ହ୍ରଦ ଭିକ୍ଟୋରିଆ…

ଦୁଇ ବିମାନ ଭିତରେ ଜୋର୍‌ଦାର ଧକ୍କା; ୨ ପାଇଲଟ୍‌ଙ୍କ ମୃତ୍ୟୁ…କ୍ୟାମେରାରେ କଏଦ ହେଲା ଛାତିଥରା ଦୃଶ୍ୟ

ବିଶ୍ୱର ବିଭିନ୍ନ ସ୍ଥାନରୁ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି। କିଛି ଦିନ ତଳେ ଆମେରିକାର ଏକ ବିମାନରେ ନିଅାଁ ଲାଗିଯିବାର ଖବର ସାମ୍ନାକୁ ଆସିଥିଲା। ସେହିପରି ଫ୍ରାନ୍ସର ଏକ ବିମାନ ରନ୍‌େଓ୍ଵରୁ ଖସି ହ୍ରଦ ଭିତରେ ଫସି ଯାଇଥିଲା। ଏବେ ଜର୍ମାନୀରୁ ମଧ୍ୟ ଏମିତି ହିଁ ଏକ ଖବର ସାମ୍ନାକୁ…

ଆକାଶରେ ଉଡ଼ୁଥିଲା ବିମାନ, ହଠାତ୍‌ ସରିଗଲା ଇନ୍ଧନ; ଆଉ ତା’ପରେ ଯାହା ହେଲା ଦେଖି ନିଅନ୍ତୁ ଭିଡିଓ…

ଆମେରିକାର ଫ୍ଲୋରିଡାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଆକାଶରେ ଉଡ଼ୁଥିବା ଏକ ବିମାନରେ ହଠାତ୍‌ ଇନ୍ଧନ ସରିଯିବାରୁ ବିମାନଟି ତଳକୁ ଖସି ରାସ୍ତା ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଇଲଟ୍‌ କିଛି ବୁଝିବା ଆଗରୁ ବିମାନ ଆଉଟ୍‌ ଅଫ୍‌ କଣ୍ଟ୍ରୋଲ ହୋଇ ଯାଇଥିଲା, ଯାହାଫଳରେ ମିନି…

ପୁଣେରେ ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ; ପାଲଇଟ୍‌ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ଅଳ୍ପକେ ବର୍ତ୍ତିଲେ…ଦେଖନ୍ତୁ ଫଟୋ

ମହାରାଷ୍ଟ୍ରର ପୁଣେ ଜିଲ୍ଲା ଇନ୍ଦାପୁର ତହସିଲ ଅନ୍ତର୍ଗତ କଦବନଓ୍ଵାଡି ଗାଁରେ ସୋମବାର ସକାଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳ ପ୍ରାୟ ୧୧ଟା ୩୦ରେ ଏକ ଟ୍ରେନି ବିମାନ ଗାଁର ଚାଷଜମିରେ ଖସି ପଡ଼ିଥିଲା। ଏଥିରେ ୨୨ ବର୍ଷୀୟ ଜଣେ ମହିଳା ଟ୍ରେନି ପାଇଲଟ୍‌ ଆହତ ହୋଇଛନ୍ତି। ତାଙ୍କ ନାଁ…