Below header

ଏହି ୫ଟି ଉପାୟରେ ହ୍ୟାକର୍ସଙ୍କୁ ମିଳିଥାଏ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ଚାବି, କେବେ ବି କରନ୍ତୁନି ଏଭଳି ଭୁଲ୍‌

ଗୋଟିଏ ପଟେ ଯେଉଁଠି ଭାରତ ସରକାର ଡିଜିଟାଲ ଇଣ୍ଡିଆକୁ ପ୍ରାଧାନ୍ୟ ଦେଉଛନ୍ତି, ସେଠି ଅନ୍ୟପଟେ ଲୋକେ ବେଶି ଅନ୍‌ଲାଇନ ଠକେଇର ଶିକାର ହେଉଛନ୍ତି। ବିଗତ କିଛିବର୍ଷ ହେବ ଦେଶରେ ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ଠକେଇ ମାମଲା ବଢ଼ିଚାଲିଛି। ନିକଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ୧୧ କୋଟି ଟଙ୍କା ଅନ୍‌ଲାଇନ୍‌ ଜରିଆରେ ଠକେଇ ହୋଇଥିଲା। ଆଜି ଆମେ ଆପଣଙ୍କୁ ୫ଟି ଏମିତି ଉପାୟ ବିଷୟରେ କହିବୁ, ଯାହାକୁ ହ୍ୟାକରମାନେ ଲୋକଙ୍କୁ ଠକିବା ପାଇଁ ବ୍ୟବହାର କରିଥାଆନ୍ତି। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

h44

୧. Smishing

ହ୍ୟାକରମାନେ ଏହି ଟ୍ରିକ୍‌ ଜରିଆରେ ଅନ୍‌ଲାଇନ୍‌ ଶପିଂ କରୁଥିବା ଗ୍ରାହକମାନଙ୍କୁ ଟାର୍ଗେଟ କରିଥାଆନ୍ତି। ହ୍ୟାକର୍ସ ଗ୍ରାହକଙ୍କୁ କ୍ୟାଶବ୍ୟାକ୍‌ କିମ୍ବା ବମ୍ପର ଡିସ୍‌କାଉଣ୍ଟର ଲୋଭ ଦେଖାଇଥାଆନ୍ତି। ଯାହାଫଳରେ ଗ୍ରାହକମାନେ ବିଶ୍ୱାସର ସହ ସମସ୍ତ ବ୍ୟକ୍ତିଗତ ତଥ୍ୟ(ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ) ହ୍ୟାକର୍ସଙ୍କ ସହ ଶେୟାର କରନ୍ତି। ଏହାପରେ ହ୍ୟାକରମାନେ ଗ୍ରାହକଙ୍କ ଆକାଉଣ୍ଟରୁ ସମସ୍ତ ପଇସା ଉଡ଼ାଇ ନିଅନ୍ତି।

Computer data protection security system

୨. Juice Jacking

ଏହି ଉପାୟ ଆପଣାଇ ହ୍ୟାକରମାନେ ସାର୍ବଜନୀନ ଚାର୍ଜିଂ ପୋର୍ଟରେ ଫାଇଲ୍‌ କିମ୍ବା କାର୍ଡ ରିଡର ଚିପ୍‌ ଲଗାଇ ଦିଅନ୍ତି। ଏହି ଚାର୍ଜିଂ ଚିପ୍‌ ପୋର୍ଟରେ ଲାଗୁଥିବା ସ୍ମାର୍ଟଫୋନ୍‌ର ସମସ୍ତ ବ୍ୟକ୍ତିଗତ ଡାଟାକୁ କପି କରିନେଇଥାଏ। ଏହାସହିତ ଫୋନ୍‌ରେ ଭାଇରସ୍‌ ବି ଛାଡ଼ି ଦେଇଥାଏ।

o99

୩. Remote assistance

ଏହି ଠକେଇରେ ହ୍ୟାକରମାନେ ଲୋକଙ୍କୁ Quick Sport ଏବଂ AnyDesk ଭଳି ଆପ୍‌ ଡାଉନ୍‌ଲୋଡ କରିବାକୁ କହିଥାଆନ୍ତି। ଏହାପରେ ଏହି ଆପ୍‌ ହ୍ୟାକର୍ସଙ୍କୁ ଲୋକଙ୍କ ଫୋନ୍‌ର ପୂରା ଆକ୍ସେସ୍‌ ଦେଇ ଦେଇଥାଏ। ଏହାଦ୍ୱାରା ଲୋକଙ୍କର ବହୁତ ବ୍ୟକ୍ତିଗତ ତଥ୍ୟ ହ୍ୟାକର୍ସଙ୍କ ପାଖରେ ପହଞ୍ଚିଯାଏ। ଆଉ ହ୍ୟାକରମାନେ ଦୂରରେ ଥାଇ ବି ଆପଣଙ୍କ ଫୋନ୍‌କୁ କଣ୍ଟ୍ରୋଲ କରିଥାଆନ୍ତି।

o1

୪. Phishing

ଏହାଦ୍ୱାରା ହ୍ୟାକର୍ସ ଲୋକଙ୍କୁ ଭାଇରସ୍‌ ଥିବା ଲିଙ୍କ୍‌ କିମ୍ବା ଏସ୍‌ଏମ୍‌ଏସ୍‌ ପଠାନ୍ତି। ତଥ୍ୟ ଶେୟାର କରିବାର ମାତ୍ର କିଛି ଘଣ୍ଟା ଭିତରେ ହ୍ୟାକରମାନେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନିଅନ୍ତି।

o2

୫. Online Transactions

ହ୍ୟାକର୍ସ ଏହି ଉପାୟରେ ଇ-କମର୍ସ ପ୍ଲାଟଫର୍ମରୁ କଲ୍‌ କରିବାର ଦାବି କରନ୍ତି। ଏହାପରେ ଗ୍ରାହକମାନଙ୍କୁ ରିଫଣ୍ଡର ଲୋଭ ଦେଖାଇ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରିନିଅନ୍ତି। ତଥ୍ୟ ହାତରେ ଲାଗିବାର ମାତ୍ର କିଛି ମିନିଟ୍‌ ଭିତରେ ହ୍ୟାକର୍ସ ଗ୍ରାହକଙ୍କ ଖାତାରୁ ଲକ୍ଷାଧିକ ଟଙ୍କା ଉଠାଇ ନିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.