ଟ୍ୱିଟର ବଢ଼ାଇଲା କ୍ୟାରେକ୍ଟର ଲିମିଟ, ଏଣିକି ୧୦ ହଜାର ଅକ୍ଷରରେ କରିପାରିବେ ଟ୍ୱିଟ

ଏଲନ୍ ମସ୍କ ଟ୍ୱିଟରର ମାଲିକାନା ହାତ କୁ ନେବା ପରେ ବହୁ ନୂଆ ନୂଆ ନିୟମ ବାହାର କରୁଛନ୍ତି। ୟୁଜର୍ସଙ୍କ ପାଇଁ ନୂଆ ରୁଲ ଲାଗୁ କରୁଛନ୍ତି । ବର୍ତ୍ତମାନ ଟ୍ୱିଟରର ପୋଷ୍ଟକୁ ନେଇ ନୀତିରେ ଏକ ବଡ ପରିବର୍ତ୍ତନ କରାଯାଇଛି। ନୂଆ ପରିବର୍ତ୍ତନ ପରେ ବର୍ତ୍ତମାନ ଟ୍ୱିଟର ୟୁଜର୍ସ ୨୮୦ ନୁହେଁ ବରଂ ୧୦,୦୦୦ ଅକ୍ଷରରେ ଟ୍ୱିଟ୍ କରି ପାରିବେ ।

ଏଲନ୍ ମସ୍କ ଟ୍ୱିଟରର ମାଲିକାନା ହାତ କୁ ନେବା ପରେ ବହୁ ନୂଆ ନୂଆ ନିୟମ ବାହାର କରୁଛନ୍ତି। ୟୁଜର୍ସଙ୍କ ପାଇଁ ନୂଆ ରୁଲ ଲାଗୁ କରୁଛନ୍ତି । ବର୍ତ୍ତମାନ ଟ୍ୱିଟରର ପୋଷ୍ଟକୁ ନେଇ ନୀତିରେ ଏକ ବଡ ପରିବର୍ତ୍ତନ କରାଯାଇଛି। ନୂଆ ପରିବର୍ତ୍ତନ ପରେ ବର୍ତ୍ତମାନ ଟ୍ୱିଟର ୟୁଜର୍ସ ୨୮୦ ନୁହେଁ ବରଂ ୧୦,୦୦୦ ଅକ୍ଷରରେ ଟ୍ୱିଟ୍ କରି ପାରିବେ । କେବଳ ସେତିକି ନୁହେଁ ଟ୍ୱିଟରରେ ବୋଲ୍ଡ ଏବଂ ଇଟାଲିକ୍ ଟେକ୍ସଟ୍ ଫର୍ମାଟିଂ ସହିତ ୧୦,୦୦୦ ଅକ୍ଷରର ଟ୍ୱିଟ କରିବାକୁ ୟୁଜର୍ସ ସୁବିଧା ପାଇବେ। ଅବଶ୍ୟ ଏହି ସେବା କେବଳ ସେହି ୟୁଜର୍ସଙ୍କ ପାଇଁ ରହିବ ଯେଉଁମାନେ Twitter Blue କୁ ସବସ୍କ୍ରାଇବ କରିଥିବେ । ଆପଣ ମାନେ ଏଥିରେ କିପରି ଫାଇଦା ଉଠାଇବେ ତାହା ବିଷୟରେ ଏବେ ଜାଣି ନିଅନ୍ତୁ ..

ଟ୍ୱିଟରରେ ଅକ୍ଷର ର ଲିମିଟ କୁ ବଢାଇବା ପରେ ଲୋକମାନେ ବର୍ତ୍ତମାନ ନିଜ ପୋଷ୍ଟ କୁ ସଠିକ ଏବଂ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ସମର୍ଥ ହେବେ। ଏଥି ସହିତ ଲମ୍ବା ପୋଷ୍ଟ ଟ୍ୱିଟ୍ କରିବା ପରେ ଲୋକଙ୍କୁ ଅକ୍ଷର ଲିମିଟ ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ ।

ସୂଚନା ଅନୁସାରେ ଏଲନ୍ ମସ୍କ ନିଜେ ମାର୍ଚ୍ଚରେ ଏହା ବିଷୟରେ ଘୋଷଣା କରିଥିଲେ ଯେ ସେ ଶୀଘ୍ର ଟ୍ୱିଟରରେ ଏକ ବଡ ପରିବର୍ତ୍ତନ କରିବେ । ଟ୍ୱିଟର ଅକ୍ଷର ସୀମାକୁ ୧୦,୦୦୦ କୁ ବୃଦ୍ଧି କରାଯିବ। କିନ୍ତୁ ସେତେବେଳେ ଟ୍ୱିଟର ଏତେ ସବୁ ଫିଚର ବିଷୟରେ କହି ନଥିଲା । କିନ୍ତୁ ବର୍ତ୍ତମାନ ଏହା ସ୍ପଷ୍ଟ କରିଛି ଯେ କେବଳ ବ୍ଲୁ ସବସ୍କ୍ରାଇବର ମାନେ ହିଁ ଏହି ସବୁ ସୁବିଧା ପାଇବା ପାଇଁ ଯୋଗ୍ୟ ହେବେ ।

ଆଗରୁ ୪୦୦୦ ଅକ୍ଷର ଅନୁମତି ଦିଆଯାଇଥିଲା। କମ୍ପାନୀ ଫେବୃଆରୀରେ ଘୋଷଣା କରିଥିଲା ଯେ ବ୍ଲୁ ସବସ୍କ୍ରାଇବର ମାନେ ୪ ହଜାର ଅକ୍ଷର ପର୍ଯ୍ୟନ୍ତ ଟ୍ବିଟ କରିପାରିବେ। ତେବେ ନୂଆ ଫିଚର ବ୍ୟବହାର କରିବାକୁ ଉପଭୋକ୍ତାମାନଙ୍କୁ ବ୍ଲୁ ଟିକ୍କୁ ସବସ୍କ୍ରାଇବ କରିବାକୁ ପଡ଼ିବ। ଏହାର ଉପଭୋକ୍ତାମାନେ ସେମାନଙ୍କର ଆକାଉଣ୍ଟ୍ ସେଟିଂକୁ ଯାଇ ‘ମୋନିଟାଇଜେସନ୍’ ଉପରେ ଟ୍ୟାପ୍ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.