ବର୍ଷ ବର୍ଷ ଧରି ଚମକିବ ଆପଣଙ୍କ କାର, ବାସ୍‌ ଫଲୋ କରନ୍ତୁ ଏହି ଟିପ୍ସ ଜମା ବି ଲାଗିବନି ପୁରୁଣା

ଯଦି ଆପଣ ନିଜ କାରକୁ ବହୁତ ଭଲ ପାଆନ୍ତି ତାହେଲେ ଆପଣ ନିଶ୍ଚୟ ଚାହିଁବେ ଯେ କାର ସବୁବେଳେ ନୂଆ ଭଳି ଚମକୁଥାଉ। ଅର୍ଥାତ୍‌ କାରର ସାଇନ୍‌ ସେମିତି ହିଁ ଥାଉ ଯେମିତି ନୂଆ କାର କିଣିବା ସମୟରେ ଥିଲା। କିନ୍ତୁ ଏହା ସେତେ ସହଜ ହୋଇନଥାଏ ଯେତେ ସହଜ ଆମେ ଭାବିଥାଉ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପୁରୁଣା କାର ସେମିତି ନୂଆ ଭଳି ଚମକୁ ବୋଲି, ତାହେଲେ ଆପଣଙ୍କୁ କିଛି ଟିପ୍ସକୁ ଫଲୋ କରିବାକୁ ହେବ। ଏହି ଟିପ୍ସକୁ ଫଲୋ କରିବା ଦ୍ୱାରା ଆପଣଙ୍କ କାରର ପେଣ୍ଟ ଅଧିକ ଦିନ ଧରି ରହିବ। ତାହେଲେ ଆସନ୍ତୁ ଜାଣିବା ସେହି ତିନିଟି ଟିପ୍ସ ବିଷୟରେ। ଯାହାକୁ ଫଲୋ କରି ଆପଣ ନିଜ କାରର ପେଣ୍ଟକୁ ଲମ୍ବା ସମୟ ଯାଏଁ ଚମକଦାର ରଖିପାରିବେ।

କାର ଓ୍ଵାସିଙ୍ଗ୍‌

ଯଦି ଆପଣ ଚାହୁଁଛନ୍ତି କାରର ରଙ୍ଗ ଫିକା ନପଡୁ, ତାହେଲେ ଆପଣଙ୍କୁ କାର ଓ୍ଵାସିଙ୍ଗ ସମୟରେ ଖାସ୍‌ ଧ୍ୟାନ ରଖିବା ଉଚିତ। କାର ଓ୍ଵାସିଙ୍ଗ ପାଇଁ ଡିଟରଜେଣ୍ଟର ବ୍ୟବହାର କରନ୍ତୁନାହିଁ। କାହିଁକିନା ଡିଟରଜେଣ୍ଟ ଆପଣଙ୍କ କାର ଉପରେ ଖରାପ ପ୍ରଭାବ ପକାଇଥାଏ। ଓ୍ଵାସିଙ୍ଗ୍‌ ପାଇଁ କାର ଓ୍ଵାଶ୍‌ ସାମ୍ପୁ ଅଧିକ ଭଲ ରହିଥାଏ। ଏହା କଲରକୁ ସେଫ ରଖିଥାଏ। ଏହାବ୍ୟତୀତ କାର ଧୋଇବା ପାଇଁ ସଫ୍ଟ ଓ୍ଵାସିଙ୍ଗ ଫୋମର ବ୍ୟବହାର କରନ୍ତୁ। ଏହାଛଡା ଆପଣ ସୂତା କପଡାର ମଧ୍ୟ ବ୍ୟବହାର କରିପାରିବେ।

କାର ଓ୍ଵାକ୍ସ/ପଲିସ

ଓ୍ଵାସିଙ୍ଗ ପରେ କାର ଓ୍ଵାକ୍ସ କରନ୍ତୁ। ଏହା ବହୁତ ଭଲ ହୋଇଥାଏ। ଏହାଦ୍ୱାରା ସୂର୍ଯ୍ୟ କିରଣ କାରର ପେଣ୍ଟ ଉପରେ ଖରାପ ପ୍ରଭାବ ପକାଇ ପାରେନାହିଁ। ସୂର୍ଯ୍ୟ କିରଣ କାରର ପେଣ୍ଟକୁ ଫିକା କରିଦିଏ, କିନ୍ତୁ ଏହାର ପ୍ରଭାବକୁ କମ୍‌ କରିଥାଏ। କାର ଉପରେ ଅଲଟ୍ରାଭାଓଲେଟ ୟୁଭି ପ୍ରୋଟେକସନ୍‌ ପଲିସି ବି କରିପାରିବେ। ସୂର୍ଯ୍ୟ କିରଣରେ ସେଫ ଠାରୁ ରଖିଥାଏ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ସାଇନ୍‌ ରହିଥାଏ।

କାର ପାର୍କିଙ୍ଗ୍‌

କାରର ଚମକକୁ ଲମ୍ବା ସମୟ ପର୍ଯ୍ୟନ୍ତ ରଖିବା ପାଇଁ ପାର୍କିଙ୍ଗର ଖାସ ଯତ୍ନ ରଖିବା ଜରୁରୀ। କାରକୁ ଖରାରେ ପାର୍କ କରିବା ଠାରୁ ନିବୃତ୍ତ ରୁହନ୍ତୁ। ଯେମିତି ହିଁ ଆପଣଙ୍କୁ କହିଥିଲୁ ଯେ ଖରାରେ ରହିଲେ କାରର ଚମକ ଫିକା ପଡିଥାଏ। ତେଣୁ ଏଥିପାଇଁ କାରକୁ ସବୁବେଳେ ସେଡ୍‌ ବା ଛାଇ ଥିବା ସ୍ଥାନରେ ପାର୍କ କରନ୍ତୁ। ଯଦି ଆପଣ ଖରାରେ କାର ପାର୍କ କରନ୍ତି ତାହେଲେ ତାଉପରେ କଭର ପକାଇ ରଖନ୍ତୁ।

ଦର୍ଶକବନ୍ଧୁ ଏପରି କଲେ ଆପଣଙ୍କ କାରର ରଙ୍ଗ ଆଦୌ ବି ଫିକା ପଡିବନି। ବିଲକୁଲ ନୂଆ ହିଁ ନୂଆ ହୋଇ ରହିଥିବ ଯେମିତି ଆପଣ ପ୍ରଥମେ କାର କିଣିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.