ଏବେ WhatsApp ରେ ବଡ଼ ମିଡିଆ ଫାଇଲ ସେୟାର କରିବା ହେବ ସହଜ, WhatsApp କରୁଛି କାମ

ବିଶ୍ବରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ହେଉଛି ହ୍ୱାଟ୍ସଆପ। ପ୍ରାୟ ଶତ ପ୍ରତିଶତ ଲୋକ ଏହି ଆପକୁ ବ୍ୟବହାର କରୁଛନ୍ତି। ସେଥିପାଇଁ ହ୍ୱାଟ୍ସଆପ ମଧ୍ୟ ନିଜ ୟୁଜରଙ୍କ ବ୍ୟବହାରକୁ ଆଖି ଆଗରେ ରଖି ନିଜ ଆପରେ ଭିନ୍ନ ଭିନ୍ନ ଫିଚର୍ ଆଣୁଛି। ବର୍ତ୍ତମାନ ଆଉ ଏକ ନୂଆ ଫିଚର୍ ଆଣିବା ପାଇଁ ହ୍ୱାଟ୍ସଆପ ଯୋଜନା କରୁଛି, ଯାହା ଏହାର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଏକ ଭଲ ଫିଚର୍ ହେବ।

ଯେଉଁମାନେ ଏହା ମାଧ୍ୟମରେ ମିଡିଆ ଫାଇଲ୍ ସେୟାର କରିବାକୁ ସମର୍ଥ ହେବେ। ସ୍ମାର୍ଟଫୋନ୍ ଫଟୋଗ୍ରାଫି ଏବଂ ଫିଲ୍ମ ନିର୍ମାଣ ଯୁଗରେ ପରିବାର ଏବଂ ସାଙ୍ଗମାନଙ୍କ ସହିତ ହାଇ-ରିଜୋଲ୍ୟୁସନ୍ ଫଟୋ ଏବଂ ଭିଡିଓ ସେୟାର କରିବାକୁ ସମସ୍ତେ ଚାହାନ୍ତି। କିନ୍ତୁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ମଧ୍ୟରୁ କୌଣସିଟି ବଡ଼ ମିଡିଆ ଫାଇଲଗୁଡ଼ିକୁ ସମର୍ଥନ କରିବାକୁ ସକ୍ଷମ ନୁହେଁ। ତେଣୁ ଆଗକୁ ହ୍ୱାଟ୍ସଆପ ଏହା ଶୀଘ୍ର କରିପାରେ। ବିଶ୍ୱର ସର୍ବାଧିକ ବ୍ୟବହୃତ ମେସେଜିଂ ଆପ୍ ହ୍ୱାଟ୍ସଆପ ନିଜର ନୂଆ ଫିଚର୍ ଉପରେ ପରୀକ୍ଷା କରୁଛି। ଯାହା ଦ୍ଵାରା ଉପଭୋକ୍ତାମାନେ ବଡ଼ ମିଡିଆ ଫାଇଲ୍ ସେୟାର କରିବାରେ ସକ୍ଷମ ହେବେ।

ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସଆପ ଉପଭୋକ୍ତାମାନଙ୍କୁ 2GB ପର୍ଯ୍ୟନ୍ତ ବଡ ଫାଇଲ୍ ସେୟାର କରିବାକୁ ଅନୁମତି ଦେଇପାରେ। ବର୍ତ୍ତମାନ କିଛି ବିଟା ବ୍ୟବହାରକାରୀଙ୍କ ସହିତ ଫିଚରର ପରୀକ୍ଷା କରାଯାଉଛି।ଏକ ରିପୋର୍ଟ ଅନୁଯାୟୀ, ଉଭୟ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ପାଇଁ ହ୍ୱାଟ୍ସଆପ ଏହି ଫିଚର୍ ଆଣିବ। ଯାହା ମାଧ୍ୟମରେ କେବଳ 100MB ପର୍ଯ୍ୟନ୍ତ ଫାଇଲ୍ ନୁହେଁ ଆପଣ ବଡ଼ ଫାଇଲ ସେୟାର କରି ପାରିବେ। ଆର୍ଜେଣ୍ଟିନାରେ ସୀମିତ ସଂଖ୍ୟକ ଉପଭୋକ୍ତାଙ୍କ ଉପରେ ଏହି ଫିଚର୍ ପରୀକ୍ଷା କରାଯାଉଛି ବୋଲି ପୋର୍ଟାଲ କହିଛି।

ଗତ କିଛି ଦିନ ହେବ ହ୍ୱାଟ୍ସଆପ ଏକ ଛୋଟ ପରୀକ୍ଷା ଆରମ୍ଭ କରିଛି ଏବଂ କିଛି ଲୋକ ବର୍ତ୍ତମାନ 2GB ପର୍ଯ୍ୟନ୍ତ ମିଡିଆ ଫାଇଲ୍ ସେୟାର କରିପାରିବେ। ଏହା ବର୍ତ୍ତମାନ କେବଳ ଆର୍ଜେଣ୍ଟିନାରେ ଉପଲବ୍ଧ। ଆପ୍ଲିକେସନ୍ ଅନ୍ୟ ଉପଭୋକ୍ତାମାନଙ୍କ ପାଇଁ ଏହି ଫିଚର୍ ଆଣିବାକୁ ଯୋଜନା କରୁଛି। ତେବେ ଏହି ଫିଚର୍ ଆଗକୁ ଆସିପାରେ ବୋଲି କୁହାଯାଉଛି। ଏହି ଫିଚର୍ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ସାହାଯ୍ୟ କରିବ। ଯାହା ଦ୍ଵାରା ଅନାବଶ୍ୟକ ଆପ୍ଲିକେସନ ଫୋନରେ ରଖିବାକୁ ପଡିବ ନାହିଁ। ନୂଆ ସ୍ମାର୍ଟଫୋନରେ ଭଲ କ୍ୟାମେରାକୁ ନେଇ ମିଡିଆ ଫାଇଲଗୁଡ଼ିକ ବଡ ହେବାରେ ଲାଗିଛି ଯାହା ପାଇଁ ଫାଇଲ ମଧ୍ୟ ହ୍ୱାଟ୍ସଆପରେ ଯାଇପରୁନାହିଁ। ତେଣୁ ହ୍ୱାଟ୍ସଆପ ଏହି ବଡ଼ ଫାଇଲ୍ ସେୟାରିଙ୍ଗ ପାଇଁ କାମ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.