୧୦୦ ଟଙ୍କାରୁ କମ୍‌ ଦାମରେ ଘର ରନ୍ଧା ଖାଦ୍ୟ ଖୁଆଇବ ଜୋମାଟୋ, ନୂଆ ଅଫର୍ସର ଜଲଦି ଉଠାନ୍ତୁ ଫାଇଦା

କଣ ଆପଣ ଘର ଠାରୁ ଦୂରରେ ରହୁଛନ୍ତି? ତାହେଲେ ବହୁତ ଜଲଦି ଆପଣଙ୍କୁ ରେସ୍ତୋରାଁ କିମ୍ବା ହୋଟେଲର ଖରାପ ଖାଦ୍ୟ ଠାରୁ ଛୁଟକାରା ମିଳିବାକୁ ଯାଉଛି ।

କଣ ଆପଣ ଘର ଠାରୁ ଦୂରରେ ରହୁଛନ୍ତି? ତାହେଲେ ବହୁତ ଜଲଦି ଆପଣଙ୍କୁ ରେସ୍ତୋରାଁ କିମ୍ବା ହୋଟେଲର ଖରାପ ଖାଦ୍ୟ ଠାରୁ ଛୁଟକାରା ମିଳିବାକୁ ଯାଉଛି । ଜୋମାଟୋ ଏକ ପପୁଲାର ଫୁଡ୍‌ ଡେଲିଭରୀ ଆପ୍‌ । ଆପଣ ତ କେବେ ନା କେବେ ଜୋମାଟୋରୁ ଖାଦ୍ୟ ଅର୍ଡର କରିକି ଖାଉଥିବେ । ତେବେ ଏବେ କିନ୍ତୁ ଏହି କମ୍ପାନୀ ନିଜର ଗ୍ରାହକଙ୍କୁ ବଢ଼ିଆ ଅଫରର ଫାଇଦା ଉଠାଇବାକୁ ମଉକା ଦେଉଛି । ଜୋମାଟୋ ଘୋଷଣା କରିଛି ଯେ ବହୁତ ଜଲଦି ରିୟଲ ହୋମ୍‌ ସେଫ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଘର ଖାଦ୍ୟକୁ ଶସ୍ତା ଦାମରେ ଡେଲିଭର କରିବ । ଏହି ନୂଆ ଏଡିସନକୁ ଜୋମାଟୋ ଏଭ୍ରିଡେ କୁହାଯାଉଛି । ଆଉ ଏହା ଖାଦ୍ୟକୁ ମାତ୍ର ୧୦ ମିନିଟରେ ଡେଲିଭର କରିବ । ଜୋମାଟୋ ଏଭ୍ରିଡେ ଏବେ ଗୁରଗାଓଁର କେତେକ ସହରରେ ଉପଲବ୍ଧ ରହିଛି । ଯାହର ଦାମ୍‌ ୮୯ ଟଙ୍କାରୁ ବି କମ୍‌ ଦାମ ରହିଛି ।

ଜୋମାଟୋ ଜଣାଇଛି ଯେ ଆମର ଫୁଟ୍‌ ପାର୍ଟନର ହୋମ ସେଫ୍‌ ସହିତ କୋଲାପ୍‌ କରିଛନ୍ତି । ଯାହାକି ପ୍ରତି ରେସିପିକୁ ଅତି ସ୍ନେହରେ ଏକଦମ୍‌ ସୁରକ୍ଷିତ ଭାବରେ ପ୍ରସ୍ତୁତ କରନ୍ତି । ଯାହାଦ୍ୱାରା ଆପଣଙ୍କୁ ମିନିିଟ ମଧ୍ୟରେ ସବୁଠାରୁ ଶସ୍ତା ଦାମରେ ହୋମ ଷ୍ଟାଇଲ ଏବଂ ଟେଷ୍ଟୀ ଫୁଡ୍‌ ପରଷିବ । ଜୋମାଟୋରେ ଖାଦ୍ୟ ଅର୍ଡର କରିବା ବହୁତ ସହଜ । ବାସ୍‌ ମେନ୍ୟୁ ବ୍ରାଉଜ କରନ୍ତୁ, ନିଜ ଭୋଜନକୁ କଷ୍ଟମାଇଜ୍‌ କରନ୍ତୁ । ଏବଂ ଗରମ ଏବଂ ସ୍ୱାଦିଷ୍ଟ ଭୋଜନ ମିନିଟରେ ଆପଣଙ୍କ ଘରେ ପହଁଚିବ ।

ଜୋମାଟୋର ଏହି ନୂଆ ଏଡିସନ ସେହି ଲୋକଙ୍କ ପାଇଁ ଉପଯୋଗୀ ହେବ ଯେଉଁମାନେ ନିଜ ଘର ଠାରୁ ବହୁତ ଦୂରରେ ରହୁଛନ୍ତି ଏବଂ ଖାଦ୍ୟ ଘରର ମାଆ ହାତ ରନ୍ଧା ଠାରୁ ବଞ୍ଚିତ ରହୁଛନ୍ତି । ଏହାଛଡା ପ୍ରତିଦିନ ହୋଟେଲ ରନ୍ଧା ଖାଦ୍ୟ ଖାଇବା ଦ୍ୱାରା ପେଟରେ ମଧ୍ୟ ଅନେକ ସମସ୍ୟା ହୋଇପାରେ । ଜୋମାଟୋର ଏହି ନୂଆ ପଦକ୍ଷେପ ଦ୍ୱାରା ଲୋକଙ୍କୁ ଘର ଖାଦ୍ୟ ପରଷାଯିବ । ଏହାଦ୍ୱାରା ଆପଣଙ୍କ ପକେଟ ଉପରେ ବି ଅଧିକ ପ୍ରଭାବ ପଡିବନାହିଁ । ଜୋମାଟୋ ଘୋଷଣା କରିଛି ଯେ ଏହି ଘର ରନ୍ଧା ଭୋଜନ ୮୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ମିଳୁଛି ।

ତେବେ କିଛି ଷ୍ଟେପ୍ସକୁ ଫଲୋ କରି ଆପଣ ୮୯ ଟଙ୍କାର ଖାଦ୍ୟ ଅର୍ଡର କରିପାରିବେ

  • ନିଜ ସ୍ମାର୍ଟଫୋନରେ ଜୋମାଟୋ ଆପ୍‌ ଡାଉନଲୋଡ କରନ୍ତୁ ।
  • ଆପ୍‌ ଓପନ କରନ୍ତୁ ।
  • ମେନ୍ୟୁ ବ୍ରାଉଜର ଟ୍ୟାବରେ ନିଜର ଅପ୍ସନକୁ ବାଛନ୍ତୁ ।
  • ନିଜ ଭୋଜନକୁ କଷ୍ଟମାଇଜ୍‌ କରନ୍ତୁ ।
  • ପ୍ରାୟ ୮୯ ଟଙ୍କାରେ ଆପଣ ଘର ରନ୍ଧା ଭୋଜନ ପ୍ରାପ୍ତ କରିପାରିବେ । ଏହି ଦାମରେ ଆପଣଙ୍କୁ ଡେଲିଭରୀ ଚାର୍ଜ ବି ସମ୍ପୂର୍ଣ୍ଣ ମାଗଣା ରହିବ ।
  • ଯଦିଓ ଆପଣ ଯଦି ଜୋମଟୋ ଗୋଲ୍ଡ କିଣୁଛନ୍ତି ତାହେଲେ ଆପଣ ଡେଲିଭରୀ ଚାର୍ଜର ପେମେଣ୍ଟ କରିବା ଛାଡ ପାଇପାରିବେ ଯଦି ଆପଣ ଆଖପାଖର ଆଉଟାଲେଟରେ ଅର୍ଡର କରିଲେ ତାହେଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.