ଭାରତ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଅଷ୍ଟ୍ରେଲିଆ ଖେଳାଳିଙ୍କ ତାଲିକା ଘୋଷଣା, ଟିମରେ ସାମିଲ ଅଲରାଉଣ୍ଡର ଗ୍ଲେନ ମେକ୍ସଓ୍ଵେଲ
ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଅଷ୍ଟ୍ରେଲିଆ ଦଳ ଘୋଷଣା ହୋଇଛି । ଟିମର କ୍ୟାପଟେନସିପ ଦାଇତ୍ୱ ପେଟ କ୍ୟୁମିଂସଙ୍କ ହାତରେ ରହିଛି । ୧୭ ମାର୍ଚ୍ଚରୁ ସିରିଜ ଆରମ୍ଭ ହେବ ।
କେନ୍ୟୁଜ୍(ବ୍ୟୁରୋ): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଗାମୀ ମାସରେ ହେବାକୁ ଥିବା ଦିନିକିଆ ସିରିଜର ଅଷ୍ଟ୍ରେଲିଆ ଦଳ ଘୋଷଣା ହୋଇଛି । ୧୬ ସଦସ୍ୟ ବିଶିଷ୍ଟ ଟିମର କ୍ୟାପଟେନସିପ ଦାଇତ୍ୱ ପେଟ କ୍ୟୁମିଂସଙ୍କ ହାତରେ ରହିଛି । ଟିମ୍ରେ କିଛି ଷ୍ଟାର ଖେଳାଳିଙ୍କ ଲେଉଟାଣୀ ହୋଇଛି । ଯେଉଁଥିରେ ଅଲ ରାଉଣ୍ଡର ଗ୍ଲେନ ମେକ୍ସେଓ୍ଵଲଙ୍କ ନା ବି ରହିଛି । ରିଚର୍ଡସନ ଓ ମିଚେଲ ମାର୍ଶଙ୍କ ବି ଏହି ଟିମକୁ ଫେରି ଆସିଛନ୍ତି । ଆହାତ କାରଣରୁ ଜୋଶ ହେଜଲବୁଡ ଟିମରୁ ବାହାରେ ରହିଛନ୍ତି । ୧୭ ମାର୍ଚ୍ଚରୁ ସିରିଜ ଆରମ୍ଭ ହେବ ।
ଭାରତ ଅଷ୍ଟ୍ରେଲିଆର ଏହି ସିରିଜର ପ୍ରଥମ ମ୍ୟାଚ ୧୭ ମାର୍ଚ୍ଚରେ ମୁମ୍ବାଇରେ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ ମାର୍ଚ୍ଚ ୧୯ରେ ବିଶାଖାପାଟଣାରେ ହେବାକୁ ଯାଉଛି । ସେହିପରି ତୃତୀୟ ଦିନିକିଆ ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇରେ ହେବ । ଅଷ୍ଟ୍ରେଲିଆର ଏହି ଟିମ୍ରେ ରହିଛନ୍ତି ସୀନ ଏଓ୍ଵାଟ, ଏସ୍ଟନ ଏଗର, ଏଲେକ୍ସ କେରୀ, କେମରନ ଗ୍ରୀନ, ଟ୍ରେବିସ ହେଡ, ଜୋସ ଇଂଗଲିସ, ମାର୍ନସ ଲାବୁଶେନ, ମିଚେଲ ସାର୍ଶ, ଗ୍ଲେନ ମେକ୍ସେଓ୍ଵଲ, ଜୟ ରିଚର୍ଡସନ, ସ୍ଟିବ ସ୍ମିଥ, ମିଚେଲ ସ୍ଟାର୍କ, ମାର୍କସ ସ୍ଟୋଇନିସ, ଡେବିଡ ଓ୍ଵାର୍ନର ଓ ଏଡମ ଜାମ୍ପା ରହିଛନ୍ତି ।