କାହିଁକି ଶାରୀରିକ ସମ୍ପର୍କ ପରେ ମହିଳାଙ୍କ ମାସିକଧର୍ମ ହୋଇଥାଏ ବିଳମ୍ବ, ଜାଣନ୍ତୁ କଣ ଏହାର ଉପଚାର

ମହିଳାଙ୍କୁ ପ୍ରାକୃତିକ ଭାବେ ପ୍ରତି ମାସରେ ହୋଇଥାଏ ମାସିକଧର୍ମ ବା ପିରିୟଡ଼୍ସ। ଏହି ଋତୁଚକ୍ର ବେଳେବେଳେ ବିଳମ୍ବ ହୋଇଥାଏ।କିନ୍ତୁ ଆପଣ ଜାଣିଛନ୍ତି କି ମହିଳାଙ୍କ ପିରିୟଡ୍ସ ବା ମାସିକଧର୍ମ ସଠିକ୍ ସମୟରେ ନହେବା ପଛରେ ରହିଥାଏ କିଛି ଗମ୍ଭୀର କାରଣ। ଅନେକ ସମୟରେ ଶାରୀରିକ ସମ୍ପର୍କ ପରେ ମହିଳାମାନଙ୍କର ମାସିକ ଋତୁସ୍ରାବ ବିଳମ୍ବ ହୁଏ। ଏହି କାରଣରୁ ଅଧିକାଂଶ ମହିଳା ଡରିଯାନ୍ତି ଏବଂ ଭାବନ୍ତି ସେମାନେ ଗର୍ଭବତୀ ହୋଇଗଲେ। କିନ୍ତୁ ନା ପିରିୟଡସ୍ ବିଳମ୍ବ ହେବାରେ ଅନେକ କିଛି କାରଣ ମଧ୍ୟ ରହିଛି। ତେବେ ଶରୀରରେ କୌଣସି ଗମ୍ଭୀର ରୋଗ ସ୍ରୁଷ୍ଟି ହେଉଥିଲେ ମହିଳାଙ୍କର ମାସିକଧର୍ମ ସଠିକ୍ ସମୟରେ ହୋଇନଥିବା ବେଳେ ତାଙ୍କୁ ବହୁତ କଷ୍ଟ ମଧ୍ୟ ସହ୍ୟ କରିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ମହିଳାଙ୍କ ମାସିକଧର୍ମ ବା ପିରିୟଡ୍ସ ନହେବା ବା ବିଳମ୍ବ ହେବାର କାରଣ।

ଚିନ୍ତା

tensionଚିନ୍ତା ଏବଂ ମାନସିକ ଚାପର ପ୍ରଭାବ ସାଧାରଣତଃ ମହିଳାଙ୍କ ମାସିକଧର୍ମ ଉପରେ ପଡ଼ିଥାଏ। କାରଣ ସବୁବେଳେ ଚିନ୍ତା ଲାଗି ରହିଥିଲେ ଶରୀରରେ କାର୍ଟିସଲ ଏବଂ ଏଣ୍ଡ୍ରିନାଲାଇନ୍ ହର୍ମୋନ୍ ର୍ନିଗତ ହୋଇଥାଏ। ଶରୀରରେ ଏହାର ମାତ୍ରା ଅଧିକ ହେଲେ ପିରିୟଡ଼୍ସ ସଠିକ୍ ସମୟରେ ହୋଇନଥାଏ।

ଗର୍ଭ ନିରୋଧକ ଔଷଧ

peelବାରମ୍ବାର ଗର୍ଭନିରୋଧକ ଔଷଧର ସେବନ ଶରୀର ପାଇଁ ହାନିକାରକ ହୋଇଥାଏ। ଏଥିପାଇଁ ଶରୀରରେ ବିଭିନ୍ନ ପ୍ରକାରର ହରମୋନାଲ ପରିବର୍ତ୍ତନ ହୋଇଥାଏ। ଯାହା ଫଳରେ ପିରିୟଡ଼୍ସ ହେବାରେ ବିଳମ୍ବ ହୋଇଥାଏ।

ଥାଏରଏଡ଼୍

ମହିଳା ଅଧିକ ଥାଏରଏଡ଼ ରୋଗର ଶୀକାର ହୋଇଥାନ୍ତି। ସର୍ଭେ ଅନୁଯାୟୀ, ପ୍ରତ୍ୟୋକ ୧୦ ଜଣଙ୍କରେ ୮ ଜଣ ମହିଳା ଥାଏରେଏଡ଼ ରୋଗୀ ହୋଇଥାନ୍ତି। ତେବେ ଏହି ରୋଗ କାରଣରୁ ମହିଳାଙ୍କର ସଠିକ ସମୟରେ ପିରିୟଡ଼୍ସ ହୋଇନଥାଏ।

diabetesମଧୁମେହ

ବେଳେବଳେ ଶରୀରରେ ସୁଗାରର ମାତ୍ରା କମ ହୋଇଯାଇଥାଏ। ଯାହା ଫଳରେ ବିଳମ୍ବରେ ପିରିୟଡ଼୍ସ ବା ମାସିକଧର୍ମ ହୋଇଥାଏ।

ଆସନ୍ତୁ ଜାଣିବା ଏଥିରୁ ରକ୍ଷା ପାଇବାର ଘରୋଇ ଉପଚାର

periodsଋତୁସ୍ରାବ ବା ପିରିୟଡ ସମୟରେ ହେଉଥିବା କଷ୍ଟ ମହିଳାମାନଙ୍କ ପାଇଁ କୌଣସି ଅଭିଶାପରୁ କମ୍ ନୁହେଁ । ଅଧିକାଂଶ ମହିଳା ପ୍ରତିମାସରେ ଏହି କଷ୍ଟ ପାଇଥାନ୍ତି । ଏତେ କଷ୍ଟ ଏବଂ ଏତେ ପୀଡା ହୋଇଥାଏ ଯେ ଆସନ୍ତା ମାସ ଆସିଲେ ମାତ୍ରେ ଭୟ କରନ୍ତି । ଯଦିଓ ଏହି କଷ୍ଟ ସାଧାରଣ ହୋଇଥାଏ ମହିଳାଙ୍କ ପାଇଁ ତେବେ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏହି କଷ୍ଟରୁ ରକ୍ଷା ପାଇବା ପାଇଁ ମହିଳାମାନେ ପେନ୍ କିଲର୍ ଖାଇ ନିଅନ୍ତି । ଯାହା ସେ ସମୟରେ ଆରାମ ତ ଦେଇଥାଏ କିନ୍ତୁ ପରେ ଅନେକ ସମସ୍ୟାକୁ ଜନ୍ମ ଦେଇଥାଏ । ତେଣୁ ଏହି କଷ୍ଟରୁ ରକ୍ଷା ପାଇବା ପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି ଘରୋଇ ଉପାୟ।

ଗରମ ଚିକିତ୍ସା

hotଗରମ ଚିକିତ୍ସା ପେଟର ଏହି ପୀଡା ପାଇଁ ବେଶ୍ ଲାଭଦାୟକ । ଏଥିପାଇଁ ସହଜ ଉପାୟ ହେଉଛି ଗରମ ପାଣି ସେକ ଦେବା । ସର୍ବପ୍ରଥମେ ପାଣିକୁ ଗରମ କରନ୍ତୁ । ଏହା ପରେ କୌଣସି ବୋତଲ ରଖି ପେଟରେ ରଖନ୍ତୁ । ଯଦି ଏପରି ନକରିପାରୁଛନ୍ତି ତେବେ ହିଟିଙ୍ଗ୍ ବ୍ୟାଗର ବ୍ୟବହାର କରନ୍ତୁ । ନଚେତ୍ ତାୱା ଗରମ କରି ଏଥିରେ କପଡା ଲଗାଇ ଏହାକୁ ନିଜ ପେଟରେ ଦିଅନ୍ତୁ । ସେହିପରି ଗରମ ପାଣିରେ ଗାଧାନ୍ତୁ । ଥଣ୍ଡା ପାଣିରେ ଗାଧୋଇଲେ କଷ୍ଟ ବେଶି ବଢିଯିବ ।

ମାଲିସ୍

massageଅଣ୍ଟା ଯନ୍ତ୍ରଣା ହେଲେ ମାଲିସ୍ କରିବା ଏକ ଭଲ ଉପାୟ । ଯଦି ପେଟ ଏବଂ ଅଣ୍ଟା ଦରଜ ବଢିଯାଉଛି ତେବେ ନଡିଆ ତେଲ ମାଲିସ୍ କରନ୍ତୁ । ତେବେ ମାଲିସ୍ ପୂର୍ବରୁ ତେଲକୁ ହଲକା ଉଷୁମ କରନ୍ତୁ । ଅଧିକ ଚାପ ଦେଇ ମାଲିସ୍ କରନ୍ତୁ ।

ଅଦା

ସେହିପରି ଏହି ସମୟରେ ଅଦା ଖାଇବା ଖୁବ୍ ଲାଭଦାୟକ । ଯଦି ଚାହିଁବେ ଅଦାକୁ ଛୋଟ ଛୋଟ କରି ପାଣିରେ ଗରମ କରି ପିଇପାରନ୍ତି । ଏହା ଦ୍ବାରା ଆରାମ ମିଳିବ ।

ଅମୃତଭଣ୍ଡା

papayaମୃତଭଣ୍ଡା ପାଚନ ପ୍ରକ୍ରିୟାକୁ ମଜଭୂତ କରିଥାଏ । ତେଣୁ ପିରିୟଡ ସମୟରେ ଏହାକୁ ଖାଇଲେ ଆରାମ ମିଳିଥାଏ ।

ତୁଳସୀ

ପିରିୟଡରେ କଷ୍ଟ ବେଶୀ ବଢିଲେ ତୁଳସୀ ପତ୍ର ଖାଆନ୍ତୁ । କିମ୍ବା ତୁଳସୀ ପତ୍ରରେ ଚା ତିଆରି କରି ପିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.