ରୋହିତ ଶର୍ମା ଏତେ କୋଟି ଟଙ୍କା ମୂଲ୍ୟରେ ବିକ୍ରି କରିଦେଲେ ନିଜ ଲୋନାଭାଲା ସମ୍ପତ୍ତି, ଜାଣନ୍ତୁ ତାଙ୍କ ଭିଲାର ଦାମ୍‌

ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଓପନର ରୋହିତ ଶର୍ମା କ୍ରିକେଟ ମଇଦାନରେ ବଡ଼ ବଡ଼ ରେକର୍ଡସ ନିଜ ନାମରେ କରିଛନ୍ତି। ବିଶ୍ୱ କ୍ରିକେଟରେ ‘ହିଟ୍‌ମ୍ୟାନ’ ଭାବେ ଜଣାଶୁଣା ରୋହିତ ନିଜ କ୍ୟାରିୟରରେ ଖୁବ ପଇସା କମାଇଛନ୍ତି। ତାଙ୍କର ମୁମ୍ବାଇ ଓ୍ଵର୍ଲିରେ ଏକ ବଢ଼ିଆ ଆଲିଶାନ୍‌ ଆପାର୍ଟମେଣ୍ଟ ରହିଛି। ରୋହିତଙ୍କ ଘର ଓ୍ଵର୍ଲିସ୍ଥିତ ଆହୁଜା ଆପାର୍ଟମେଣ୍ଟର ୨୯ତମ ଫ୍ଲୋର୍‌ରେ ଅଛି। ଏହାଛଡ଼ା ତାଙ୍କର ଲୋନାଭାଲାରେ ମଧ୍ୟ ଏକ ଭିଲା ଅଛି।

ରୋହିତ ଶର୍ମା ବିକି ଦେଲେ ନିଜ ଲୋନାଭାଲା ସମ୍ପତ୍ତି

ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତଙ୍କର ଲୋନାଭାଲାରେ ସମ୍ପତ୍ତି ରହିଛି, ଯାହାକି ୬୩୨୯ ବର୍ଗଫୁଟରେ ପରିବ୍ୟାପ୍ତ। ଏହି ସମ୍ପତ୍ତିର ରେଜିଷ୍ଟ୍ରେଶନ ୧ ଜୁନ୍‌ ୨୦୨୧ରେ ହୋଇଛି। ରିପୋର୍ଟ ମୁତାବକ, ତାଙ୍କୁ ଜ୍ୟାପକୀ ଡଟ୍‌ କମ୍‌ ତରଫରୁ ଏହି ଡିଲ୍‌ ସହ ଜଡ଼ିତ ଦସ୍ତାବିଜ୍‌ ଦିଆଯାଇଥିଲା। ରୋହିତ ୫.୨୫ କୋଟି ଟଙ୍କା ମୂଲ୍ୟର ନିଜର ଏହି ଭିଲାକୁ ସୁଷମା ଅଶୋକ ସରାଫ ନାମ୍ନୀ ମହିଳାଙ୍କୁ ବିକ୍ରି କରିଛନ୍ତି।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପରାଜୟ ଦୁଃଖକୁ ଭୁଲାଇବା ପାଇଁ ରୋହିତ ଶର୍ମା ବର୍ତ୍ତମାନ ପରିବାର ସହିତ ଇଂଲଣ୍ଡରେ ଛୁଟି କାଟୁଛନ୍ତି। ଅଜିଙ୍କ୍ୟ ରହାଣେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ରହାଣେ ଓ ରୋହିତ ଶର୍ମା ନିଜ ପରିବାର ସହିତ କ୍ୱାଲିଟି ଟାଇମ୍‌ ବିତାଉଥିବା ନଜର ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.