ଖୁସି ଖବର…ଏକାବେଳେ ଦୁଇଟି ବିଶ୍ୱବିଦ୍ୟାଳୟରୁ କରି ପାରିବେ ଅଲଗା ଅଲଗା ପାଠ୍ୟକ୍ରମ; UGC ଚେୟାରମ୍ୟାନ କଲେ ବଡ଼ ଘୋଷଣା

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହା ଅନୁସାରେ, ଏବେ ଯେ କୌଣସି ଛାତ୍ରଛାତ୍ରୀ ଏକସାଥୀରେ ଦୁଇଟି କୋର୍ସ (ପାଠ୍ୟକ୍ରମ) କରି ପାରିବେ। ଏହି ଦୁଇଟି କୋର୍ସ ଅଲଗା ଅଲଗା ବିଶ୍ୱବିଦ୍ୟାଳୟରୁ କରାଯାଇ ପାରିବ। ଖୁବ୍‌ଶୀଘ୍ର ଏ ନେଇ UGC ଗାଇଡ୍‌ଲାଇନ ମଧ୍ୟ ଜାରି କରିବ। ଏହି ନିୟମରୁ ସେହି ଛାତ୍ରଛାତ୍ରୀଙ୍କୁ ସୁବିଧା ହେବ, ଯେଉଁମାନେ ଦୁଇଟି ପାଠ୍ୟକ୍ରମ ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟରୁ କରିବାକୁ ଚାହୁଁଛନ୍ତି। ଦୁଇଟି ଯାକ ପାଠ୍ୟକ୍ରମ ଏକାଠି କରାଯାଇ ପାରିବ, ଯଦ୍ଦ୍ଵାରା ସମୟ ବି ଅପଚୟ ହେବ ନାହିଁ। UGC ଚେୟାରମ୍ୟାନ ଏମ୍‌ ଜଗଦୀଶ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି।

UGC ଅନୁସାରେ, ବିଭିନ୍ନ ବିଶ୍ୱବିଦ୍ୟାଳୟ ଏ ପ୍ରକାର ବ୍ୟବସ୍ଥାକୁ ଲାଗୁ କରିବାକୁ ଚାହୁଁଛନ୍ତି କି ନାହିଁ, ସେ ନେଇ ସେମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ। ଯେଉଁ ବିଶ୍ୱବିଦ୍ୟାଳୟ ଏଥିରେ ଯୋଡ଼ି ହେବାକୁ ଚାହିଁବେ, ସେମାନେ ଏମିତି ପାଠ୍ୟକ୍ରମ ଉପଲବ୍ଧ କରାଇବେ। ଏହି ସ୍ପେଶାଲ କୋର୍ସ ଅନଲାଇନ କିମ୍ବା ଅଫ୍‌ଲାଇନ ହୋଇପାରେ। ଏହା ବି ସମ୍ଭବ ଯେ ଗୋଟିଏ କୋର୍ସର ପାଠପଢ଼ା ଅନଲାଇନରେ ହୋଇପାରେ ଏବଂ ଅନ୍ୟଟି ଅଫ୍‌ଲାଇନ ବା ଫିଜିକାଲ ମୋଡ୍‌ରେ। ତେବେ ଏହା ମନୋନୀତ ବିଶ୍ୱବିଦ୍ୟାଳୟ ଏବଂ ଏହାଦ୍ୱାରା ଉପଲବ୍ଧ କୋର୍ସ ଉପରେ ହିଁ ନିର୍ଭର କରିବ।

UGCର ଏହି ନିୟମ ସମସ୍ତ ପ୍ରକାର ପାଠ୍ୟକ୍ରମ ଉପରେ ଲାଗୁ ହେବ। ଏହାର ଅର୍ଥ, ଛାତ୍ରଛାତ୍ରୀ UG, PG, ଡିପ୍ଲୋମା ସହିତ ସାର୍ଟିଫିକେଟ୍‌ ପାଠ୍ୟକ୍ରମ ପାଇଁ ମଧ୍ୟ ଏହାର ଲାଭ ଉଠାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.