ଚେନ୍ନାଇ ସୁପର କିଙ୍ଗସର ଷଷ୍ଠ ପରାଜୟ, ୧୧ ରନରେ ଜିତିଲା ପଞ୍ଜାବ କିଙ୍ଗସ୍‌

କେନ୍ୟୁଜ୍(ବ୍ୟୁରୋ): ପରାଜୟ ପରେ ପରାଜୟ । ପୁଣି ଚେନ୍ନାଇ ସୁପର କିଙ୍ଗସର ଷଷ୍ଠ ପରାଜୟ । ୧୧ ରନରେ ଜିତିଲା ପଞ୍ଜାବ କିଙ୍ଗସ୍‌ । ଅମ୍ବତି ରାୟୁଡୁଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ଚେନ୍ନାଇ ପରାଜିତ ହୋଇଛି । ପଞ୍ଜାବ ଚତୁର୍ଥ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଶିଖର ଧାଓ୍ଵନଙ୍କ ଅପରାଜିତ ୮୮ ରନ ବଳରେ ୪ ଓ୍ଵିକେଟ ହରାଇ ୧୮୭ ରନ କରିଥିଲା । ଜବାବରେ ଚେନ୍ନାଇ ରବିନ ଉଥାପ୍ପା ୭୮ ସତ୍ତ୍ୱେ ୧୭୬ ରନ କରିବାକୁ ସକ୍ଷମ ହୋଇଥିଲା । ପଞ୍ଜାବ ପକ୍ଷରୁ ରାବଡା ଓ ଋଷି ଧାଓ୍ଵନ ଦୁଇଟି ଲେଖାଏ ଓ୍ଵିକେଟ ନେଇଥିଲେ ।

ଅନ୍ଯପଟେ ଅଷ୍ଟମ ମ୍ୟାଚ ମଧ୍ୟ ହାରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଅଷ୍ଟମ ପରାଜୟ ସହ ପ୍ଲେ ଅଫ୍‌ରୁ ବାଦ ପଡ଼ିଥିଲା ମୁମ୍ବାଇ । ୩୬ ରନରେ ଜିତିଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । ନିରାଶ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକ । ଏପଟେ ପରାଜୟ କାରଣରୁ ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ପ୍ଲେ ଅଫରୁ ବାଦ ପଡ଼ିଛି ମୁମ୍ବାଇ ଇଣ୍ଡିଆନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.